ନିଖିଳ  ଓଡ଼ିଶା ପୂର୍ବ ବିଭାଗ ଅସ୍ଥାୟୀ କର୍ମଚାରୀ ସଂଘ ଜୟପୁର ପୂର୍ବ ମଣ୍ଡଳ ଦରମା ସମସ୍ୟା ନେଇ ଅଭିଯୋଗ
ଜୟପୁର, ୩୦ ଜୁଲାଇ (ହି.ସ.)- ନିଖିଳ ଓଡ଼ିଶା ପୂର୍ବ ବିଭାଗ ଅସ୍ଥାୟୀ କର୍ମଚାରୀ ସଂଘର ଜୟପୁର ଡିଭିଜନ ର ୧୨ ଜଣ ଅସ୍ଥାୟୀ କର୍ମଚାରୀଙ୍କ ଦରମା ସମସ୍ୟା ନେଇ ଅଭିଯୋଗ ହୋଇଛି l ୧୨.୦୪.୧୯୯୩ ମସିହାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରି ଆସୁଅଛୁ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ .
ନିଖିଳ  ଓଡ଼ିଶା ପୂର୍ବ ବିଭାଗ ଅସ୍ଥାୟୀ କର୍ମଚାରୀ ସଂଘ ଜୟପୁର ପୂର୍ବ ମଣ୍ଡଳ ଦରମା ସମସ୍ୟା ନେଇ ଅଭିଯୋଗ


ଜୟପୁର, ୩୦ ଜୁଲାଇ (ହି.ସ.)- ନିଖିଳ ଓଡ଼ିଶା ପୂର୍ବ ବିଭାଗ ଅସ୍ଥାୟୀ କର୍ମଚାରୀ ସଂଘର ଜୟପୁର ଡିଭିଜନ ର ୧୨ ଜଣ ଅସ୍ଥାୟୀ କର୍ମଚାରୀଙ୍କ ଦରମା ସମସ୍ୟା ନେଇ ଅଭିଯୋଗ ହୋଇଛି l ୧୨.୦୪.୧୯୯୩ ମସିହାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରି ଆସୁଅଛୁ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ . ୦୬.୦୮.୨୦୨୫ ଅଭିଯୋଗ କ୍ରମାଙ୍କ ୪୯୭ ରେ ଚାକିରିର ସ୍ଥାୟୀ ନିମନ୍ତେ ଅର୍ଥ ବିଭାଗର ପତ୍ର ନଂ ୨୭୪୫୪ ତା.୨୩.୦୯.୨୦୨୫ ରିଖ ଓ ପୂର୍ବ ବିଭାଗର ପତ୍ର ନଂ ୨୩୩୨୯ ତା ୨୯.୧୧.୨୦୨୫ ରିଗରେ ନାମ ଜୟପୁର ପୂର୍ବ ବିଭାଗରୁ ପତ୍ର ନଂ ୫୧୯୦ ତା. ୩୧.୧୨.୨୦୨୫ ରିଖରେ ଯନ୍ତ୍ରୀ ମୁଖ୍ୟ, ଭୁବନେଶ୍ୱରଙ୍କୁ ପ୍ରେରଣ କରାଯାଇଛି ଏବଂ ଏହା ବିଚାରଧୀନ ଥିବା ସମୟରେ ଗତ କିଛି ମାସ ତଳୁ ବିନା ପ୍ରମାଣରେ ପ୍ରଦାନ କରାଯାଇଥିବା ବରମା ଆଉ ପ୍ରଦାନ କରାଯାଉନାହିଁ lଏଥି ଲାଗି ମୌଖିକ ଓ ଲିଖିତ ଭାବରେ ବାରମ୍ବାର ଜୟପୁର ପୂର୍ବ ବିଭାଗର ଅକ୍ଷଣ ଯନ୍ତ୍ରୀ ଓ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ସମସ୍ତେ ନୈରାଶ୍ୟଜନକ ଉତ୍ତର ପ୍ରଦାନ କରୁଛନ୍ତି l ଏବଂ ଉପର ଅଧିକାରୀଙ୍କ ଉପରେ ଦାୟିତ୍ଵ ଛାଡ଼ୁଛନ୍ତି, ଯାହାଦ୍ବାରା ଆମ୍ଭେ ପିଲାଛୁଆଙ୍କୁ ଧରି ଚଳିବା ବହୁତ କଷ୍ଟ ହେଉଅଛି । ମୁଖ୍ୟମନ୍ତ୍ରୀ ଏବଂ ପୂର୍ବ ବିଭାଗର ଉଚ୍ଚପଦସ୍ଥ କର୍ମଚାରୀଙ୍କ ନିକଟରେ ଏହି ଦାବି ପହଞ୍ଚାଇ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ସଂଘ ସଭାପତି ସତୀଶ ଚନ୍ଦ୍ର ନାୟକ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ବେହେରା ସୂଚନା ଦେଇଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande