ଝାରସୁଗୁଡ଼ାରେ ଗତ ୨୪ ଘଣ୍ଟାରେ ୧୦୫.୭ ମି.ମି. ବର୍ଷା, ଜିଲ୍ଲାରେ ହାରାହାରି ୨୧.୧୪ ମି.ମି
Today's rain fall in Jharsuguda
ଝାରସୁଗୁଡ଼ାରେ ଗତ ୨୪ ଘଣ୍ଟାରେ ୧୦୫.୭ ମି.ମି. ବର୍ଷା, ଜିଲ୍ଲାରେ ହାରାହାରି ୨୧.୧୪ ମି.ମି


ଝାରସୁଗୁଡ଼ା, ୩୦ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟାରେ ହୋଇଥିବା ବର୍ଷାର ପରିମାଣ ସମ୍ପର୍କରେ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ସର୍ବମୋଟ ୧୦୫.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟରେ ଜିଲ୍ଲାରେ ହାରାହାରି ବର୍ଷା ପରିମାଣ ୨୧.୧୪ ମିଲିମିଟର ରହିଛି।

ବ୍ଲକଭିତ୍ତିକ ବର୍ଷା ତଥ୍ୟ ଅନୁସାରେ, ଝାରସୁଗୁଡ଼ା ବ୍ଲକରେ ସର୍ବାଧିକ ୩୦.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ପରେ କୋଲାବିରାରେ ୨୩.୪ ମିଲିମିଟର, ଲଇକେରାରେ ୨୩.୧ ମିଲିମିଟର, କିର୍ମିରାରେ ୨୨.୦ ମିଲିମିଟର ବର୍ଷା ହୋଇଥିବା ବେଳେ ଲଖନପୁର ବ୍ଲକରେ ସର୍ବନିମ୍ନ ୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande