
ଭୁବନେଶ୍ୱର, 30 ଜୁଲାଇ (ହି.ସ.)- ବନ୍ୟାରେ
ରାଜ୍ୟର ୫ଟି ଜିଲ୍ଲାର ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି । ବନ୍ୟା ଦ୍ୱାରା ରାଜ୍ୟର ୫ ଲକ୍ଷ ୮୭ ହଜାର
୮୨୨ ଲୋକ ପ୍ରଭାବିତ ।୧ ଲକ୍ଷ ୭୬ ହଜାର ୭୩ ଲୋକ ବର୍ତ୍ତମାନ ସୁଦ୍ଧା ହେଲେଣି ସ୍ଥାନାନ୍ତରିତ । ଜଳବନ୍ଦୀ
୨୧ ଟି ଗାଁ, ବାହ୍ୟଜଗତରୁ
ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ୬ ଟି ଏନଡିଆରଏଫ, ୨୪ ଟି ଓଡ୍ରାଫଟିମ୍ ସମେତ ୪୬ କମ୍ପାନୀ ଅଗ୍ନିଶମ ବାହିନୀ ।
ଅନ୍ୟପଟେ ଜିଲ୍ଲାପାଳ
ମାନଙ୍କୁ ବନ୍ୟାକୁ ମୁକାବିଲା ପାଇଁ ଟାକ୍ସ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ତିନିଦିନ
ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଜିଲ୍ଲାପାଳ ମାନେ ଦେବେ । ଚାଷ ହେଉ ଅବା ବାସସ୍ଥାନ। ଗୋଟେ ହେଉ
କି ଶତାଧିକ ଜିଲ୍ଲାପାଳ ମାନେ ସମସ୍ତଙ୍କ କ୍ଷତି ଆକଳନ କରି ରିପୋର୍ଟ ଦେବେ। ଜୀବନ ମୂଲ୍ୟବାନ
ତେଣୁ ଲୋକଙ୍କୁ ବୁଝାଇକି ଆଣନ୍ତୁ । ତାଙ୍କ ଜୀବନ ସୁରକ୍ଷା ପାଇଁ। ପୋଲିସ ତାଙ୍କ ଘରକୁ ସୁରକ୍ଷା
ଦେବ । ଜୀବନ ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ନିଅନ୍ତୁ । ଲୋକ ଯଦି ରିଲିଫ ସେଣ୍ଟରକୁ
ଆସୁଛନ୍ତି ତେବେ ତାଙ୍କୁ ଘର ଭଳି ବ୍ୟବସ୍ଥା କରାଯାଉ। ଖାଇବା , ସୁରକ୍ଷା, ସ୍ୱାସ୍ଥ୍ୟ ଯୋଗାଇ ଦେବେ । ସାପ କାମୁଡ଼ା ସମସ୍ୟାକୁ ଏଡାଇବା ପାଇଁ ଆଣ୍ଟି ଭେନନ୍ ଦିଅନ୍ତୁ
। ଡାକ୍ତର ସମସ୍ତ ଅଞ୍ଚଳରେ ମହଜୁଦ୍ ରଖନ୍ତୁ ।
ଯିଏ ପାଣି ଘେରରେ ରହିଛନ୍ତି
ତାଙ୍କୁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରନ୍ତୁ । ଯେମିତି ତାଙ୍କୁ ଭୋକିଲା ରଖନ୍ତୁ ନାହିଁ । ଛୁଆ
ଏବଂ ବୟସ୍କ ଲୋକଙ୍କୁ ପ୍ରାଧାନ୍ୟ ଦିଅନ୍ତୁ । ଲୋକଙ୍କ ଧନ ସମ୍ପତି ଯାହା କ୍ଷୟକ୍ଷତି ହେବ
ତାଙ୍କୁ ଆମେ ଆଇନ ଅନୁଯାୟୀ ଯାହା ସମ୍ଭବ ଯୋଗାଇ ଦେବା । ଲୋକ ଯଦି ଆଶ୍ରୟ ସ୍ଥଳୀ ଛାଡୁଛନ୍ତି
ତାଙ୍କୁ ପାଲ ସହ ଅନ୍ୟାନ୍ୟ ଯୋଗାଇ ଦିଅନ୍ତୁ । ବନ୍ୟା ଆସିବା ପୂର୍ବରୁ ଆମର ପ୍ରସ୍ତୁତି
ସମ୍ପୂର୍ଣ୍ଣ ରଖ । ଛୋଟ କି ବଡ ବନ୍ୟା ଭାବନା ନ ନେଇ ଲୋକଙ୍କୁ ସୁରକ୍ଷିତ ରଖିବା ଦାୟିତ୍ୱ
ନିଅନ୍ତୁ । ଯେଉଁ ଜିଲ୍ଲାରେ ଓଡ଼୍ରାଫ୍ ଆବଶ୍ୟକ ନାହିଁ ସେମାନଙ୍କୁ ଛାଡ଼ିବେ କାହିଁକି ନା ଆମେ
ମହାନଦୀ ବେଲ୍ଟରେ ତାଙ୍କୁ ନିୟୋଜିତ କରିବୁ ।
ଲୋକଙ୍କର କ୍ଷୟକ୍ଷତି ରିପୋର୍ଟ ତିନି ଦିନ ମଧ୍ୟରେ ରିପୋର୍ଟ
ପ୍ରଦାନ କରନ୍ତୁ । ଲୋକଙ୍କର ଚାଷ କ୍ଷତି ହେବ ଅବା ଘର ଦ୍ୱାରର ରିପୋର୍ଟ ଜଲଦି ପ୍ରଦାନ କରିବେ ।
କେହି ଯେମିତି ଯୋଗ୍ୟ ତାଙ୍କ ହକରୁ ବଞ୍ଚିତ ହେବେ ନି । ତାହାକୁ ଜିଲ୍ଲାପାଳ ମାନେ ଗୁରୁତ୍ୱ
ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା