ସୌରଶକ୍ତିର ଉତ୍ପାଦନକୁ ପ୍ରୋତ୍ସାହନ: ଶକ୍ତି ବିଭାଗ ଏବଂ ସିଏସଟିଇପି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର, ୩୦ ଜୁଲାଇ (ହି.ସ.)- ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ପ୍ରସାର ଏବଂ ଚାଷୀଙ୍କ ବିକାଶ ପାଇଁ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଏବଂ ନୀତି ଗବେଷଣା ସଂସ୍ଥା ''ସିଏସଟିଇପି'' ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।ଏହି ୫ ବର୍ଷିଆ ସହଭାଗିତା ମାଧ୍ୟମରେ ସଠିକ୍ ତଥ୍ୟ, ଆଧୁନିକ ଡିଜିଟାଲ୍ ବ୍
yh


ଭୁବନେଶ୍ୱର, ୩୦ ଜୁଲାଇ (ହି.ସ.)- ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ପ୍ରସାର ଏବଂ ଚାଷୀଙ୍କ ବିକାଶ ପାଇଁ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଏବଂ ନୀତି ଗବେଷଣା ସଂସ୍ଥା 'ସିଏସଟିଇପି' ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।ଏହି ୫ ବର୍ଷିଆ ସହଭାଗିତା ମାଧ୍ୟମରେ ସଠିକ୍ ତଥ୍ୟ, ଆଧୁନିକ ଡିଜିଟାଲ୍ ବ୍ୟବସ୍ଥା ଏବଂ ଚାଷୀ-କୈନ୍ଦ୍ରିକ ଯୋଜନା ବ୍ୟବହାର କରି ରାଜ୍ୟର ଶକ୍ତି କ୍ଷେତ୍ରରେ ଅଭିବୃଦ୍ଧି କରାଯିବ।

ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଗ୍ରୀଡ଼କୋ ପରିଚାଳନା ନିର୍ଦ୍ଦେଶକ ଡ଼. ସତ୍ୟପ୍ରିୟ ରଥ ଏବଂ ଓଏଚପିସି , ଓପିଜିସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ବୁଝାମଣା ଅଧୀନରେ 'ସଫାରୀ' ମଡେଲ ଜରିଆରେ ଏକ ସ୍ୱତନ୍ତ୍ର ଡିଜିଟାଲ୍ ମଡେଲ୍ ଓ ଡ୍ୟାସବୋର୍ଡ ପ୍ରସ୍ତୁତ କରାଯିବ। ଏହା ସରକାରୀ ବିଭାଗଗୁଡ଼ିକୁ ଭବିଷ୍ୟତ ପାଇଁ ସଠିକ୍ ବିଦ୍ୟୁତ୍ ଯୋଜନା ଓ ନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ। ଏହାସହିତ, 'ଆଗ୍ରିଭୋଲ୍ଟାଇକ୍ସ' ବା ଚାଷ ଜମିରେ ସୌର ଶକ୍ତି ଉତ୍ପାଦନ ପ୍ରକଳ୍ପକୁ ସାରା ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ।ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଏହି ଯୋଜନା ଦ୍ୱାରା ଜମିରେ ଚାଷ ସହ ସୌର ବିଦ୍ୟୁତ୍ ଉତ୍ପାଦନ ହୋଇପାରିବ, ଯାହା ଚାଷୀଙ୍କ ରୋଜଗାର ବୃଦ୍ଧି କରିବାରେ ସାହାଯ୍ୟ କରିବ।ଏହାଦ୍ୱାରା ରାଜ୍ୟର ବିଦ୍ୟୁତ୍ ବ୍ୟବସ୍ଥା ସୁଦୃଢ଼ ହେବା ସହ ଲୋକଙ୍କୁ ସ୍ୱଚ୍ଛ, ନିର୍ଭରଯୋଗ୍ୟ ଏବଂ ସୁଲଭ ମୂଲ୍ୟରେ ବିଦ୍ୟୁତ୍ ଯୋଗାଇବାରେ ସହାୟକ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande