
ପୁରୀ, ୩୦ ଜୁଲାଇ (ହି.ସ.)- ସାମାଜିକ ତଥା ସାଂସ୍କୃତିକ ଜାଗରଣ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବିକୃତ କରି ମହାପ୍ରଭୁ ଜଗନ୍ନାଥ ନାମରେ ଏକ ଆନିମେସନ ଫିଲ୍ମ ମୁକ୍ତିଲାଭ କରିବ । ଏହା ଜଗନ୍ନାଥ ସଂସ୍କୃତି ଓ ବିଚାରାଧାରାକୁ କୁଠାରଘାତ କରୁଛି । ଏହାର କାଳ୍ପନିକ କାହାଣୀ ଓ ଚରିତ୍ରକୁ ନେଇ ବିଷୟବସ୍ତୁ ରହିଛି । ଏହାକୁ ଓଡ଼ିଶାରେ ବ୍ଯାନ କରିବାକୁ ଦାବି କରାଯାଇଛି। ପରିବର୍ତ୍ତନ ଓଡ଼ିଶାର ସଭ୍ଯ ମାନେ ସିଂହଦ୍ୱାର ଠାରେ ପ୍ରତିବାଦ ଓ ନାରାବାଜି କରିଥିଲେ ।
ଏହି ପ୍ରତିବାଦ ସଭାରେ ମହାସୁଆର ନିଯୋଗର ସମ୍ପାଦକ ଗଣେଶ୍ଵର ମହାସୁଆର, ଆଠ ସାହି ଆଖଡା ସଂଯୋଜକ ନରେନ୍ଦ୍ର ମହାନ୍ତି, ପରିବର୍ତ୍ତନ ଓଡ଼ିଶାର ଉପସଭାପତି କୃଷ୍ଣଚନ୍ଦ୍ର ଦାସ ଓ ସଂଯୋଜକ ଶ୍ଯାମସୁନ୍ଦର ମହାପାତ୍ର, ଚତ୍ରୁଧାମ ମଠ ମନ୍ଦିର ସନାତନ ସେବା ସମିତିର ସତ୍ଯ ଦାଶ, ଅମାନ ତ୍ରିପାଠୀ, ଜ୍ଯୋତିରଞ୍ଜନ ମିଶ୍ର, ଦିବାକର ଦାଶ, ସୌମ୍ଯ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରତିବାଦ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ