ନଦୀ ବନ୍ଧ ଓ ବ୍ୟାରେଜ୍ ଉପରେ ଭିଡିଓ ମନା
କଟକ/ଭୁବନେଶ୍ୱର, ୩୦ ଜୁଲାଇ (ହି.ସ) - ବନ୍ୟା ସ୍ଥିତି ସମୟରେ ନଦୀ ବନ୍ଧ ଓ ବ୍ୟାରେଜ୍ ଉପରେ ଭିଡିଓ କରିବା ଉପରେ କଟକଣଶ ଜାରି କରାଯାଇଛି। ଏନେଇ କଟକ ଜିଲ୍ଲାପାଳ ଦତାତ୍ରେୟ ଭାଓସାହେବ ସିନ୍ଧେ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗୁରୁବାର ଦିନ ଜିଲ୍ଲା ବନ୍ୟା ସ୍ଥିତି ସମୀକ୍ଷା ବୈଠକରେ ଜିଲ୍ଲାପାଳ
katak collector


କଟକ/ଭୁବନେଶ୍ୱର, ୩୦ ଜୁଲାଇ (ହି.ସ) - ବନ୍ୟା ସ୍ଥିତି ସମୟରେ ନଦୀ ବନ୍ଧ ଓ ବ୍ୟାରେଜ୍ ଉପରେ ଭିଡିଓ କରିବା ଉପରେ କଟକଣଶ ଜାରି କରାଯାଇଛି। ଏନେଇ କଟକ ଜିଲ୍ଲାପାଳ ଦତାତ୍ରେୟ ଭାଓସାହେବ ସିନ୍ଧେ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗୁରୁବାର ଦିନ ଜିଲ୍ଲା ବନ୍ୟା ସ୍ଥିତି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି ଯେ କଟକ ଜିଲ୍ଲାର ଆଠଗଡ଼, ବଡମ୍ବା, ବାଙ୍କୀ, ନିଆଳି, ମାହଙ୍ଗାରେ ପାଣି ପଶିପାରେ। ଏଥିପାଇଁ ଆଠଗଡ଼, ବାଙ୍କୀ ଓ କଟକ ସହର ନଦୀବନ୍ଧ ଲୋକେ ସ୍ଥାନାନ୍ତର ହେବେ। ୪୮ ଘଂଟା ପର୍ଯ୍ୟନ୍ତ ବନ୍ୟା ଆଶ୍ରୟସ୍ଥଳୀରେ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳ ଆହୁରି କହିଛନ୍ତି ଯେ ନଦୀ ବନ୍ଧ ଓ ବ୍ୟାରେଜ୍ ଉପରେ ଭିଡ଼ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ୍ କୁ ନିର୍ଦ୍ଦେଶ ଦିଆଯାଇଛି। ନରାଜ ବ୍ୟାରେଜ ଉପରେ ଠିଆ ହୋଇଥିବାରୁ ୩ ଗାଡି ଚାଳକଙ୍କ ଠାରୁ ଫାଇନ ଆଦାୟ କରାଯାଇଛି। ବାଲିଯାତ୍ରା ତଳ ପଡ଼ିଆ ପାଇଁ ମଧ୍ୟ କଟକଣା ହୋଇଛି। ବନ୍ୟା ପ୍ରଭାବିତ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ବନ୍ୟାଂଚଳରେ ଅଗ୍ନିଶମ, ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ ମହଜୁଦ ରହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande