ଟ୍ରାକ୍ଟରରେ ‘ପ୍ରେସ୍’ ଲେଖି ବାଲି ଚୋରାଚାଲାଣ, ଜଣେ ଗିରଫ
ମାଲକାନଗିରି, ୩୧ ଜୁଲାଇ (ହି.ସ.)- ମାଲକାନଗିରି ଜିଲ୍ଳାରେ ଦିନକୁ ଦିନ ପ୍ରେସ ଶବ୍ଦର ଅପବ୍ୟବହାର ବଢ଼ିବାରେ ଲାଗିଥିବାର ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା କାଲିମେଳାରେ ଘଟିଛି। କାଲିମେଳା ଥାନା ପୁଲିସ ବେଆଇନ ବାଲି ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ
ଟ୍ରାକ୍ଟରରେ ‘ପ୍ରେସ୍’ ଲେଖ୍ ବାଲି ଚୋରାଚାଲାଣ, ଜଣେ ଗିରଫ


ଟ୍ରାକ୍ଟରରେ ‘ପ୍ରେସ୍’ ଲେଖ୍ ବାଲି ଚୋରାଚାଲାଣ, ଜଣେ ଗିରଫ


ମାଲକାନଗିରି, ୩୧ ଜୁଲାଇ (ହି.ସ.)- ମାଲକାନଗିରି ଜିଲ୍ଳାରେ ଦିନକୁ ଦିନ ପ୍ରେସ ଶବ୍ଦର ଅପବ୍ୟବହାର ବଢ଼ିବାରେ ଲାଗିଥିବାର ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା କାଲିମେଳାରେ ଘଟିଛି।

କାଲିମେଳା ଥାନା ପୁଲିସ ବେଆଇନ ବାଲି ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, କାଲିମେଳା ଥାନା ଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଥିବା ଏମଭି -୩୩ ଗ୍ରାମ ନିକଟରେ ଯାଞ୍ଚ ବେଳେ ବେଆଇନ ଭାବେ ବାଲି ପରିବହନ କରୁଥିବା ଏକ ମହିନ୍ଦ୍ରା ଟ୍ରାକ୍ଟର ଓ ଟଲି କୁ ଜବତ କରାଯାଇଥିଲା । ଏହି ଘଟଣାରେ ଗିରିକାନପଲ୍ଲୀ ଗ୍ରାମର ବିଷ୍ଣୁ ଝରାବାଲା (୨୩)ଙ୍କୁ ପୁଲିସ ଗିରଫ କରିଛି। ଜବତ ହୋଇଥିବା ବାଲିବୋଝେଇ ଟ୍ରାକ୍ଟର ଓ ଟ୍ରଲିର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ବୋଲି ପୁଲିସ ସୂଚନା ଦେଇଛି । ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଟ୍ରାକ୍ଟରରେ ନମ୍ବର ପ୍ଲେଟ୍ ଲାଗିବା ବଦଳରେ ବଡ଼ ବଡ଼ ଅକ୍ଷରେ ପ୍ରେସ ଲେଖା ରହିଛି। ତେବେ ଟ୍ରାକ୍ଟରରେ ପ୍ରେସ ଲେଖା ବିଭିନ୍ନ ମହଲରେ ଆଲୋଚନାର ବିଷୟ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande