
ଗଞ୍ଜାମ, ୩୧ ଜୁଲାଇ (ହି.ସ.)- ଵ୍ରହ୍ମପୁର ବଡ଼ବଜାର ପୋଲିସ ସୁନା ଚୁଡ଼ି ଚୋରି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗତ ୨୮ତାରିଖ ଅପରାହ୍ନ୧ଟା ସମୟରେ ଅଭିଯୁକ୍ତ କେ. ସବ୍ରିଶ୍ (୩୪), ପିତା: କେ. ସୁରେଶ, ପାତ୍ରସାହି, ମଙ୍ଗଳବାରମ୍ପେଟା ଷ୍ଟ୍ରିଟ୍ ନିକଟ ବାସିନ୍ଦା ଜଣେ ମହିଳାଙ୍କ ସ୍ୱାମୀଙ୍କ ସାଙ୍ଗ ହୋଇ କଞ୍ଜିବାରୀ ସାହିରେ ଥିବା ଟି. ଭବପ୍ରୀତି (୨୫) ଙ୍କ ଘରେ ପଶିଥିଲା। ମହିଳା ଜଣକ ପିଲାକୁ ଖାଇବା ଖୁଆଉଥିବା ସମୟରେ ସେ ଉପର ମହଲାକୁ ଯାଇ ବେଡ୍ ରୁମ୍ ତାଲା ପକାଇ ଆଲମାରିରୁ ୭୦ ଗ୍ରାମ୍ ଓଜନର ୪ଟି ସୁନା ଚୁଡ଼ି ଚୋରି କରି ଫେରାର ହୋଇଯାଇଥିଲା। ପରଦିନ ଚୋରି ଜଣାପଡ଼ିବାରୁ ଥାନାରେ ଅଭିଯୋଗ ହୋଇଥିଲା। ତଦନ୍ତ ବେଳେ ଅଭିଯୁକ୍ତ ଚୋରି କଥା ସ୍ୱୀକାର କରିବା ସହ ସୁନା ଚୁଡ଼ିକୁ ଜ୍ୱେଲର ଏ. ଚିରଞ୍ଜିବୀ ଆଚାର୍ଯ୍ୟଙ୍କୁ ବିକି ଦେଇଥିବା କହିଛି। ପୋଲିସ ତାଙ୍କ ଠାରୁ ୪,୫୦,000 ଟଙ୍କା ନଗଦ, ସ୍କୁଟି OD 07 AQ 1982 ଓ ଅପରାଧରେ ବ୍ୟବହୃତ ମୋବାଇଲ୍ ଜବତ କରିଛି। ବଡ଼ବଜାର ଥାନା କେସ୍ ନଂ 563/2026 - BNS ଧାରା 331(3)/305(a)
ଅଭିଯୁକ୍ତକୁ 31.07.2026 ରେ ମାମଲା ରୁଜୁକରି ତାକୁ ପୁଲିସ ଗିରିଫ କରି କୋର୍ଟ ପଠାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ