
କେନ୍ଦ୍ରାପଡ଼ା-୩୧ ଜୁଲାଇ (ହି.ସ.) ମାନପୁର ସେତୁରୁ କାଣୀ ନଦୀକୁ ଡେଇଁଲେ ବୃଦ୍ଧା ମା ଉଦ୍ଧାର କଲା ବିଜେଡ଼ିର ଏକ ଟିମ ବର୍ତମାନ ଚାରିଆଡେ ବନ୍ୟା ପାଣି ମାଡିଆସିଥିବା ବେଳେ ଆଳି ଥାନା ମାନପୁର ସେତୁ ନିକଟରୁ ଏକ ଚକିତ କରିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଜନଗହଳିପୂର୍ଣ୍ଣ ଏହି ମାନପୁର ସେତୁ ଉପରୁ ହଠାତ କେହି କିଛି ବୁଝିବା ପୂର୍ବରୁ ଜଣେ ବୃଦ୍ଧା ମା ଖରସ୍ରୋତା ର ଶାଖା କାଣୀ ନଦୀ କୁ ଡେଇଁ ପଡିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଳି ଥାନା ମାନପୁର ଗ୍ରାମର ନିତ୍ୟାନନ୍ଦ ସାମଲ ଙ୍କ ଧର୍ମପତ୍ନୀ କନକଲତା ସାମଲ(୭୦) ଆଜି ଦିନ ପ୍ରାୟ ସାଢ଼େ ୧୦ ଟା ସମୟରେ ମାନପୁର ସେତୁ ଉପରୁ ନଦୀ କୁ ଡେଇଁ ପଡିଥିଲେ । ନଦୀକୁ ଡେଇଁବା ଦେଖି ଲୋକମାନେ ଚିତ୍କାର କରିବାକୁ ଲାଗିଥିଲେ । ଚିତ୍କାର ଶୁଣି ବନ୍ୟା ପ୍ରପୀଡ଼ିତ ମାନଙ୍କୁ ଏକ ଇଞ୍ଜିନ ଚାଳିତ ଡ଼ଙ୍ଗା ଯୋଗେ ରିଲିଫ ଓ ପାନୀୟ ଜଳ ପ୍ରଦାନ କରିବାକୁ ଆଳି ବ୍ଲକ ବିଜୁ ଜନତା ଦଳ ର ଏକ ଟିମ ଉକ୍ତ ବୃଦ୍ଧା ମା ଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ସଙ୍ଗେ ସଙ୍ଗେ ତାଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ । ଉଦ୍ଧାର ସମୟରେ ଉକ୍ତ ଡଙ୍ଗାରେ ବିଜେଡ଼ି ଜିଲ୍ଲାପରିଷଦ ଉପାଦକ୍ଷ ଭୀଷ୍ମ ମହାନ୍ତି, ସ୍ଥାନୀୟ ସରପଂଚଙ୍କ ପ୍ରତିନିଧି ତଥା ସମାଜସେବୀ ପ୍ରିୟବ୍ରତ ପାତ୍ର, ସୁବ୍ରତ ଦାଶ, ଅରୂପ ପରିଡ଼ାଙ୍କ ସମେତ ଅନ୍ୟ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ । ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କନକଲତା ଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ମିଳିଛି ।
-----------------
ହିନ୍ଦୁସ୍ଥାନ ସମାଚାର / ରବି