
ଭୁବନେଶ୍ୱର, ୩୧ ଜୁଲାଇ (ହି.ସ)- ଭୁବନେଶ୍ୱରସ୍ଥିତ ଜାଭିୟର ବିଶ୍ୱବିଦ୍ୟାଳୟରେ ବାରମ୍ବାର ପ୍ରଶ୍ନପତ୍ର ପ୍ରଘଟ ନେଇା ଅଭିଯୋଗ ଅଛି। କୁଳପତି ଓ ଡିନ୍ ଙ୍କ ସହିତ ବାରମ୍ବାର ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିବା ବେଳେ କୌଣସି ପ୍ରକାର ସମାଧାନ ହୋଇପାରି ନାହିଁ ବୋଲି ଏବିଭିପି ଅଭିଯୋଗ କରିଛି ।
ଏବିଭିପି ରାଜ୍ୟ ସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀ ଓ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଜିତ୍ ପାତ୍ର କହିଛନ୍ତି ଯେ ନିକଟରେ ୨୧ ଜୁଲାଇ ରେ ନିର୍ଦ୍ଧାରିତ ହୋଇଥିବା ବିଟୁବି -କ୍ୱିଜ୍ ପେପର୍ ର ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଜଣାପଡିଥିଲା । ଏହାପରେ ଛାତ୍ର ଛାତ୍ରୀ ମାନେ ୨୨ ଜୁଲାଇରେ ଏହି ସମସ୍ୟାର ସମାଧାନ ଓ ଏହାର ପ୍ରତିକାର ପାଇଁ କୁଳପତିଙ୍କୁ ଲିଖିତ ଅଭିଯୋଗ ସତ୍ୱେ କୌଣସି ଠୋସ ପଦକ୍ଷେପ ଗ୍ରହଣ କରିନଥିଲେ। ଅଭିଯୋଗ ପରେ ୨୪ ଜୁଲାଇ ରେ ଏହି ବିଟୁବି -କ୍ୱିଜ୍ ର ପୁନଃ ପରୀକ୍ଷା ୨୮ ଜୁଲାଇ ରେ କରିବା ପାଇଁ କର୍ତୃପକ୍ଷ ନିର୍ଦ୍ଧାରଣ କରିଥିଲେ । ବାରମ୍ବାର ଏମିତି ହେବା ଦ୍ୱାରା ଛାତ୍ର ଛାତ୍ରୀଙ୍କ ଗ୍ରେଡ ଓ ଫଳ ଉପରେ ପ୍ରଭାବ ପଡୁଛି । ୟୁଜିସି ର ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟ ରେ ଦୁଇ ବର୍ଷ ହେଲା ଅମ୍ବଡସ୍ ପର୍ସନ୍ ମଧ୍ୟ ଏହି କୌଣସି ଖୋଜଖବର ନାହିଁ।ପିଲା ମାନେ ବାରମ୍ୱାର ସାକ୍ଷାତ୍ ଓ ଅଭିଯୋଗ କରିବା ପରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଧମକ ଦିଆ ଯାଇଛି । ଆକ୍ରୋଶ ର ଶିକାର ହୋଇ କିଛି ପିଲାଙ୍କୁ ୩୧ ଜୁଲାଇ ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଖାଲି କରିବା ପାଇଁ ନୋଟିସ ମଧ୍ୟ କରାଯାଇଛି। । ଏହି ପରିପେକ୍ଷୀରେ କୁଳପତି ଓ ଅନ୍ୟ କର୍ତୃପକ୍ଷ ଯଦି କୌଣସି ଛାତ୍ର ହିତକର ପଦକ୍ଷେପ ଗ୍ରହଣ ନ କରିଲେ ଏବିଭିପି ଆନ୍ଦୋଳନ କରିବ ବୋଲି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଜିତ୍ ପାତ୍ର କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା