ଭରତ ତିୱାରୀ ଏନକାଉଂଟର ମାମଲାରେ ପ୍ରଥମ ଗୁଳି ଚଳାଇଥିବା ଏସଟିଏଫ୍ ଯବାନ ଅକ୍ଷୟ କୁମାର ଗିରଫ
ପାଟନା, ୩୧ ଜୁଲାଇ (ହି.ସ.)- ବିହାରର ଚର୍ଚ୍ଚିତ ଭରତ ତିୱାରୀ ଏନକାଉଂଟର ମାମଲାର ତଦନ୍ତରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଶୁକ୍ରବାର ଦିନ ବିହାର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସ୍. ଟି. ଏଫ୍.) ର ଯବାନ ଅକ୍ଷୟ କୁମାରଙ୍କୁ ଗିରଫ କରିଛି । ଆରା ପୋଲିସ ଏବଂ ଏସ୍. ଟି. ଏ
ଭରତ ତିୱାରୀ ଏନକାଉଂଟର ମାମଲାରେ ପ୍ରଥମ ଗୁଳି ଚଳାଇଥିବା ଏସଟିଏଫ୍ ଯବାନ ଅକ୍ଷୟ କୁମାର ଗିରଫ


ପାଟନା, ୩୧ ଜୁଲାଇ (ହି.ସ.)- ବିହାରର ଚର୍ଚ୍ଚିତ ଭରତ ତିୱାରୀ ଏନକାଉଂଟର ମାମଲାର ତଦନ୍ତରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଶୁକ୍ରବାର ଦିନ ବିହାର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସ୍. ଟି. ଏଫ୍.) ର ଯବାନ ଅକ୍ଷୟ କୁମାରଙ୍କୁ ଗିରଫ କରିଛି । ଆରା ପୋଲିସ ଏବଂ ଏସ୍. ଟି. ଏଫ୍. ର ଏକ ମିଳିତ ଟିମ୍ ଦ୍ୱାରା ଏହି ଅପରେସନ କରାଯାଇଥିଲା । ଆରା ପୁଲିସ ଅଧୀକ୍ଷକ (ଏସପି) ରାଜ ଏହି ଗିରଫଦାରୀକୁ ନିଶ୍ଚିତ କରିଛନ୍ତି ।

ତଦନ୍ତକାରୀ ସଂସ୍ଥାଗୁଡ଼ିକର କହିବା ଅନୁଯାୟୀ, ଏହା ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଅଧିକାରୀମାନେ କହିଛନ୍ତି ଯେ, ବୈଜ୍ଞାନିକ ପ୍ରମାଣ, ଭିଡ଼ିଓ ଫୁଟେଜ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଏହି ଗିରଫଦାରୀ କରାଯାଇଛି । ତଦନ୍ତକାରୀ ଦଳ ଏହି ସମସ୍ତ ପ୍ରମାଣକୁ ଏକତ୍ର କରି ଘଟଣା କ୍ରମକୁ ଯାଂଚ୍ କରୁଛି ।

ତଦନ୍ତ ସମ୍ବନ୍ଧୀୟ ଭିଡ଼ିଓ ପ୍ରମାଣ ଆଧାରରେ ଦାବି କରାଯାଇଛି ଯେ, ଘଟଣା ଦିନ ଭରତ ତିୱାରୀ ପୋଲିସ ଏବଂ ଏସ୍. ଟି. ଏଫ୍. ଟିମ୍ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ । ଏହା ସତ୍ୱେ ସବୁଠୁ ପ୍ରଥମେ ଏସ୍. ଟି. ଏଫ୍. ଯବାନ ଅକ୍ଷୟ କୁମାର ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ପ୍ରଥମ ଗୁଳିରେ ଆହତ ହେବା ପରେ ଭରତ ତିୱାରୀ ତଳେ ପଡ଼ିଯାଇଥିଲେ ଏବଂ ଏହାପରେ ତାଙ୍କ ଉପରକୁ ଆହୁରି ତିନୋଟି ଗୁଳି ମରାଯାଇଥିଲା, ଯାହାଦ୍ୱାରା ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ତେବେ ଏହି ଅଭିଯୋଗଗୁଡ଼ିକର ନିଶ୍ଚିତକରଣ ନ୍ୟାୟିକ ପ୍ରକ୍ରିୟା ଏବଂ ଅନୁସନ୍ଧାନର ଫଳାଫଳ ଉପରେ ନିର୍ଭର କରିବ ।

ଯଦି ଯାଂଚ୍ ରେ ଏହି ଅଭିଯୋଗଗୁଡ଼ିକ ସତ୍ୟ ବୋଲି ପ୍ରମାଣିତ ହୁଏ, ତେବେ ଏହି ମାମଲା ଫେକ୍ ଏନକାଉଂଟର ଏବଂ ହତ୍ୟା ଭଳି ଗୁରୁତର ଅଭିଯୋଗର ରୂପ ନେଇପାରେ । ବର୍ତମାନ, ସମସ୍ତ ଉପଲବ୍ଧ ପ୍ରମାଣ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବୟାନ ଆଧାରରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ମାମଲାର ବିସ୍ତୃତ ତଦନ୍ତ କରୁଛନ୍ତି ।

ମୃତ ଭରତ ତିୱାରୀଙ୍କ ପରିବାର ଲୋକ ଜୁଲାଇ ୨୪ ତାରିଖରେ ପାଟନାରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଭେଟି ଦୋଷୀଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିବା ପରେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗତିଶୀଳ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୃତକ ଭରତଙ୍କ ପରିବାର ଲୋକଙ୍କୁ ନିରପେକ୍ଷ ତଦନ୍ତ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଆଶ୍ୱାସନା ଦେଇଥିଲେ, ଯାହା ପରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande