ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ବିଜେପି ମୁଖପାତ୍ର ଶାହଜାଦ ପୁନାୱାଲା
ନୂଆଦିଲ୍ଲୀ, ୩୧ ଜୁଲାଇ (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି) ର ରାଷ୍ଟ୍ରୀୟ ମୁଖପାତ୍ର ଶାହଜାଦ ପୁନାୱାଲା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପଛରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି । ଦଳ ପକ୍ଷରୁ ତାଙ୍କ ଇସ୍ତଫାକୁ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତି
ଶାହଜାଦ ପୁନାୱାଲା


ନୂଆଦିଲ୍ଲୀ, ୩୧ ଜୁଲାଇ (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି) ର ରାଷ୍ଟ୍ରୀୟ ମୁଖପାତ୍ର ଶାହଜାଦ ପୁନାୱାଲା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପଛରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି । ଦଳ ପକ୍ଷରୁ ତାଙ୍କ ଇସ୍ତଫାକୁ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଆସିନାହିଁ ।

ଶାହଜାଦ ପୁନାୱାଲା ଭାରତୀୟ ରାଜନୀତିରେ ଜଣେ ପରିଚିତ ଚେହେରା । ପୂର୍ବରୁ ସେ କଂଗ୍ରେସ ଦଳରେ ଥିଲେ । ୨୦୧୭ରେ ସେ କଂଗ୍ରେସ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ । ସେହି ସମୟରେ ସେ ଅଭିଯୋଗ କରିଥିଲେ ଯେ, ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନ୍ୟ କୌଣସି ପ୍ରାର୍ଥୀଙ୍କୁ ପ୍ରକୃତ ସୁଯୋଗ ଦିଆଯାଉ ନାହିଁ ଏବଂ ନିର୍ବାଚନ ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ଥିଲା । ଏହାପରେ ସେ କଂଗ୍ରେସ ଛାଡିଥିଲେ ।

କଂଗ୍ରେସରୁ ଅଲଗା ହେବା ପରେ, ଶାହଜାଦ ପୁନାୱାଲା ବିଜେପିରେ ଯୋଗ ଦେଇଥିଲେ ଏବଂ ଦଳର ଜାତୀୟ ମୁଖପାତ୍ର ଭାବରେ ବିଭିନ୍ନ ରାଜନୈତିକ ଏବଂ ସାମ୍ପ୍ରତିକ ପ୍ରସଙ୍ଗରେ ଦଳର ପ୍ରତିନିଧିତ୍ୱ ଜାରି ରଖିଥିଲେ । ଟିଭି ବିତର୍କ ଏବଂ ସାମ୍ବାଦିକ ସମ୍ମିଳନୀରେ ସେ ବିଜେପିର ପ୍ରମୁଖ ଚେହେରାଙ୍କ ମଧ୍ୟରେ ରହିଛନ୍ତି ।

ଏବେ ତାଙ୍କ ଇସ୍ତଫା ପରେ ରାଜନୈତିକ କ୍ଷେତ୍ରରେ ଏହି ନିଷ୍ପତିକୁ ନେଇ ଆଲୋଚନା ତୀବ୍ର ହୋଇଛି । ତେବେ ସେ ତାଙ୍କ ଇସ୍ତଫା ପଛରେ କେବଳ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି ଏବଂ ଭବିଷ୍ୟତର ରାଜନୈତିକ ଭୂମିକା ବିଷୟରେ ବର୍ତମାନ କୌଣସି ସଂକେତ ଦେଇ ନାହାଁନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande