ଆଖୁଆପଦାରେ ବିପଦ ସଂକେତ ପାଖପାଖି ବୈତରଣୀ
ଭଦ୍ରକ, ୩୧ ଜୁଲାଇ (ହି.ସ.)- ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ । ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଆଖୁଆପଦା ଠାରେ ବିପଦ ସଂକେତ ନିକଟତର ରହିଛି ବୈତରଣୀ ନଦୀର ଜଳସ୍ତର । ଏଠାରେ ବିପଦ ସଂକେତ ୧୮.୩୩ ମିଟର ରହିଥିବା ବେଳେ ଶୁକ୍ରବାର ଦିନ୧୨ଟା ସୁଦ୍ଧା ୧୭.୮୮ ମିଟରରେ ବନ୍ୟାଜ
ଆଖୁଆପଦାରେ ବିପଦ ସଂକେତ ପାଖପାଖି ବୈତରଣୀ


ଭଦ୍ରକ, ୩୧ ଜୁଲାଇ (ହି.ସ.)- ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ । ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଆଖୁଆପଦା ଠାରେ ବିପଦ ସଂକେତ ନିକଟତର ରହିଛି ବୈତରଣୀ ନଦୀର ଜଳସ୍ତର । ଏଠାରେ ବିପଦ ସଂକେତ ୧୮.୩୩ ମିଟର ରହିଥିବା ବେଳେ ଶୁକ୍ରବାର ଦିନ୧୨ଟା ସୁଦ୍ଧା ୧୭.୮୮ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି । ଯାହାକି ବିପଦ ସଂକେତର ନିକଟତର ରହିଛି । ଅନ୍ୟପକ୍ଷରେ ତୁହାକୁ ତୁହା ବର୍ଷା ଯୋଗୁଁ ନଦୀର ଜଳ ସ୍ତର ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande