ମିଡିଆନ ସୁରକ୍ଷାରେ ବିଏମ୍ ସି
ଭୁବନେଶ୍ୱର , 31 ଜୁଲାଇ (ହି.ସ.)-ଭୁବନେଶ୍ୱରକୁ ସ୍ୱଚ୍ଛ, ସବୁଜ ସୁନ୍ଦର କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି)ପକ୍ଷରୁ ଉଦ୍ୟମ ଜାରି ରହିଛି । ଏହି କ୍ରମରେ ସହରର ପ୍ରମୁଖ ରାସ୍ତାରେ ଥିବା ମଧ୍ୟବର୍ତ୍ତୀ ସ୍ଥାନ (ମିଡିଆନ)ଗୁଡିକର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ କରାଯାଉଛି । ପୂର୍ବରୁ ଥ
ମିଡିଆନ ସୁରକ୍ଷାରେ ବିଏମ୍ ସି


ଭୁବନେଶ୍ୱର , 31 ଜୁଲାଇ (ହି.ସ.)-ଭୁବନେଶ୍ୱରକୁ ସ୍ୱଚ୍ଛ, ସବୁଜ ସୁନ୍ଦର କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି)ପକ୍ଷରୁ ଉଦ୍ୟମ ଜାରି ରହିଛି । ଏହି କ୍ରମରେ ସହରର ପ୍ରମୁଖ ରାସ୍ତାରେ ଥିବା ମଧ୍ୟବର୍ତ୍ତୀ ସ୍ଥାନ (ମିଡିଆନ)ଗୁଡିକର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ କରାଯାଉଛି । ପୂର୍ବରୁ ଥିବା ପୁଷ୍ପବୃକ୍ଷଗୁଡିକୁ କଟିଂ କରିବା ସହ ମିଡିଆନରେ ନୂତନ ଫୁଲ ଗଛ ଲଗାଯାଉଛି । ବିଭିନ୍ନ ଓ୍ୱାର୍ଡରେ ଏହି କାର୍ଯ୍ୟ ଜାରି ରହିଛି । ପରିବେଶ ଉପବିଭାଗ ଅଧିକାରୀମାନେ ନିୟମିତ ବିଭିନ୍ନ ଅଂଚଳ ବୁଲି କାର୍ଯ୍ୟ ଅଗ୍ରଗତି ତଦାରଖ କରୁଛନ୍ତି । ଏହି ମିଡିଆନର ରକ୍ଷଣାବେକ୍ଷଣ ଦାୟିତ୍ୱ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନଙ୍କୁ ଦିଆଯାଇଛି । ସେମାନେ ତାଙ୍କର ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିର ବିନିଯୋଗ କରି ବିଭିନ୍ନ ପ୍ୟାଚର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରୁଛନ୍ତି । ବିଏମ୍ ସି ପରିବେଶ ଉପବିଭାଗ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ଚାଲିଥିବା ବେଳେ ବିଭିନ୍ନ ସମୟରେ ଡେପୁଟି କମିଶନର, ଅତିରିକ୍ତ କମିଶନର ଏପରିକି ଖୋଦ୍ କମିଶନର ଓ ମେୟର ମଧ୍ୟ କ୍ଷେତ୍ର ପରିଦର୍ଶନ ସହ କାର୍ଯ୍ୟ ତଦାରଖ କରୁଛନ୍ତି ।

ଏସ୍ଏମ୍ଏସ୍ ଗୃପ ଅନୁଦାନରେ ସ୍ୱେଚ୍ଛାସେବୀ ସଂଗଠନ ‘ଭାଷା’ ଦ୍ୱାରା ବିଭିନ୍ନ ଅଣ୍ଡରପାଶର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ କରାଯାଉଅଛି । ଏହି ସଂଗଠନ ଏବେ ଫାୟାରଷ୍ଟେସନ ଅଣ୍ଡରପାଶ୍, ସିଆରପିଏଫ, ବାଣିବିହାର, ରସୁଲଗଡ, ଖଣ୍ଡଗିରି, ଆଚାର୍ଯ୍ୟ ବିହାର, ଏଜି ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ଅଣ୍ଡରପାଶର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରୁଅଛି ।

ଏହା ବ୍ୟତିତ ଶିଶୁଭବନଛକଠାରୁ କ୍ୟାପିଟାଲ ହସ୍ପିଟାଲ ଏବଂ ନ୍ୟୁ ଏୟାରପୋର୍ଟରୁ ନବୀନ ନିବାସ-ପଳାଶପଲ୍ଲୀ ରାସ୍ତା ମିଡିଆନର ରକ୍ଷଣାବେକ୍ଷଣ ଦାୟିତ୍ୱ ଏମ୍ ଜି ଏମ୍ ଗୃପ ନେଇଥିବା ବେଳେ ଏଜି ଛକରୁ ରାଜଭବନ, ଶିଶୁ ଭବନରୁ ନ୍ୟୁ ଏୟାରପୋର୍ଟ ଛକ, ରାଜମହଲ ଫ୍ଲାଏ ଓଭର ଛକରୁ କଳ୍ପନା ଛକ ମିଡିଆନର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ନେଇଛି ଏସ୍ ଏନ୍ ଏମ୍ ଗୃପ । ସେହିପରି ଜୟଦେବ ବିହାର ଛକରୁ କଳିଙ୍ଗ ହସ୍ପିଟାଲ ଛକ ପର୍ଯ୍ୟନ୍ତ ମିଡିଆନର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ଏବଂ ଜୟଦେବ ବିହାର ଜଙ୍କସନର ଉଭୟ ରାସ୍ତାପାର୍ଶ୍ୱ ସୌନ୍ଦର୍ଯ୍ୟ କରଣ ଦାୟିତ୍ୱ ନେଇଛି ନାଲକୋ । ନାଲକୋ ତାର ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିର ବିନିଯୋଗରେ ଏହି ମିଡିଆନ କାର୍ଯ୍ୟ କରୁଅଛି । କାର୍ଯ୍ୟ ଜାରି ରହିଥିବା ସମସ୍ତ ଅଣ୍ଡରପାଶ୍ ଏବଂ ସମସ୍ତ ମିଡିଆନର ଆର୍ଥିକ ବୋଝ ମଧ୍ୟ ବିଏମ୍ ସି ଉପରେ ପଡୁନାହିଁ । ଏସ୍ଏମ୍ଏସ୍, ଏମ୍ ଜି ଏମ୍, ଏସ୍ ଏନ୍ ଏମ୍ ଓ ନାଲକୋ ସେମାନଙ୍କର ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିରୁ ଏହି ସବୁ ବ୍ୟୟଭାର ବହନ କରୁଛନ୍ତି ।

ସେହିପରି ଭୁବନେଶ୍ୱରର ପ୍ରମୁଖ ରାସ୍ତାଗୁଡିକରେ ଥିବା 39ଟି ମିଡିଆନର 45.11 କିଲୋମିଟରରୁ ଅଧିକ ରାସ୍ତାର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ନେଇଛି ବିଭିଜି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ । ଏହି ସଂସ୍ଥା ଟେଣ୍ଡରରେ ଏଲ1 ହେବା ପରେ ତାହାକୁ, 1 ଏପ୍ରିଲ 2024ରୁ 31 ମାର୍ଚ୍ଚ 2027 ପର୍ଯ୍ୟନ୍ତ 3 ବର୍ଷ ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ବିଏମ୍ ସି ପାଣ୍ଠିରୁ ଅର୍ଥ ପ୍ରଦାନ କରାଯାଉଛି । ଅନ୍ୟପକ୍ଷରେ ଓଏଫଡିସି ଏଜି ଛକରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ମିଡିଆନ କାର୍ଯ୍ୟ ଆରମ୍ଭ କରିଛି । ଏଥିପାଇଁ ମଧ୍ୟ ବିଏମ୍ ସି ପାଣ୍ଠିରୁ ଅର୍ଥ ବ୍ୟୟ କରାଯାଉଛି ।

ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ଏବଂ ଯେଉଁ ସଂସ୍ଥାମାନେ କାର୍ଯ୍ୟକରୁଛନ୍ତି, ସେମାନେ ସଠିକ୍ ଏବଂ ବୈଜ୍ଞାନିକ ପଦ୍ଧତିରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande