ଲୋୟର୍ ସୁକତେଲ୍ ପ୍ରକଳ୍ପ ବିସ୍ଥାପିତ ଗ୍ରାମ କୁମିଆପାଲିରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
ବଲାଙ୍ଗିର ୩୧ ଜୁଲାଇ (ହି.ସ.) ଲୋୟର୍ ସୁକତେଲ୍ ପ୍ରକଳ୍ପ ବିସ୍ଥାପିତ ଗ୍ରାମ କୁମିଆପାଲିରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଲୋୟର୍ ସୁକତେଲ୍ ପ୍ରକଳ୍ପର ଶେଷ ବିସ୍ଥାପିତ ଗ୍ରାମ କୁମିଆପାଲିକୁ ନେଇ ପୁଣି ତେଜିଛି ଚର୍ଚ୍ଚା । କିଛିଦିନ ପୂର୍ବେ ଗାଁର ୮୪ଟି ଆଦିବାସୀ ବିସ୍ଥାପିତ ପରିବାର ଉଚିତ କ୍ଷତ
ଲୋୟର୍ ସୁକତେଲ୍ ପ୍ରକଳ୍ପ ବିସ୍ଥାପିତ ଗ୍ରାମ କୁମିଆପାଲିରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍


ବଲାଙ୍ଗିର ୩୧ ଜୁଲାଇ (ହି.ସ.) ଲୋୟର୍ ସୁକତେଲ୍ ପ୍ରକଳ୍ପ ବିସ୍ଥାପିତ ଗ୍ରାମ କୁମିଆପାଲିରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଲୋୟର୍ ସୁକତେଲ୍ ପ୍ରକଳ୍ପର ଶେଷ ବିସ୍ଥାପିତ ଗ୍ରାମ କୁମିଆପାଲିକୁ ନେଇ ପୁଣି ତେଜିଛି ଚର୍ଚ୍ଚା । କିଛିଦିନ ପୂର୍ବେ ଗାଁର ୮୪ଟି ଆଦିବାସୀ ବିସ୍ଥାପିତ ପରିବାର ଉଚିତ କ୍ଷତିପୂରଣ ଓ ଥଇଥାନ ଦାବିରେ ଧନୁତୀର ଧରି ଆନ୍ଦୋଳନରେ ବସିଥିଲେ । ପ୍ରଶାସନ ସହ ଆଲୋଚନା ପରେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ବେଳେ ଜଳଭଣ୍ଡାରର ପାଣି ଗାଁକୁ ପଶିବା ଆରମ୍ଭ ହୋଇଛି । ଏପରି ପରିସ୍ଥିତିରେ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶରେ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କୁମିଆପାଲି ପହଂଚି ବିସ୍ଥାପିତ ପରିବାରଙ୍କ ସହ ଆଲୋଚନା କରିଛି । ଦଳ ପକ୍ଷରୁ ବିସ୍ଥାପିତଙ୍କ ଦାବିକୁ ଯୁକ୍ତିସଙ୍ଗତ ଓ ନ୍ୟାୟସଂଗତ ବୋଲି କହି ରାଜ୍ୟ ସରକାରଙ୍କୁ ତୁରନ୍ତ ଉଚିତ କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande