
ଭୁବନେଶ୍ୱର, 31 ଜୁଲାଇ
(ହି.ସ)- ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଜୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ରେଳ,
ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା
ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଜୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲି।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଏହି ଅବସରରେ ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ,
ନୂତନ ରେଳ ଲାଇନ୍ ପ୍ରକଳ୍ପର କାର୍ଯ୍ୟକାରିତା ଓ ଯୋଗାଯୋଗ ବ୍ୟବସ୍ଥାର
ସୁଦୃଢ଼ୀକରଣ ନେଇ ଆମର ସକରାତ୍ମକ ଆଲୋଚନା ହୋଇଛି। ଆଞ୍ଚଳିକ ତଥା ଶିଳ୍ପାଞ୍ଚଳ ସଂଯୋଗୀକରଣକୁ
ଅଧିକ କ୍ରିୟାଶୀଳ କରି ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ଆମର ମୁଖ୍ୟ ଲକ୍ଷ୍ୟ। କେନ୍ଦ୍ର
ସରକାରଙ୍କ ସହଯୋଗରେ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମେ ନିରନ୍ତର ଆଗେଇ ଚାଲିଛୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା