
ଭୁବନେଶ୍ୱର, 31 ଜୁଲାଇ
(ହି.ସ)- ଔପନ୍ୟାସିକ ମୁନ୍ସୀ ପ୍ରେମଚାନ୍ଦଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କରିଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ବିଶିଷ୍ଟ ଗାଳ୍ପିକ ତଥା ଔପନ୍ୟାସିକ ମୁନ୍ସୀ ପ୍ରେମଚାନ୍ଦଙ୍କ ଜୟନ୍ତୀରେ ବିନମ୍ର ପ୍ରଣାମ
। ସାହିତ୍ୟ ମାଧ୍ୟମରେ ସମାଜର ବାସ୍ତବ ଚିତ୍ର, ମାନବିକ ମୂଲ୍ୟବୋଧ ଏବଂ ସାମାଜିକ ନ୍ୟାୟର ବାର୍ତ୍ତାକୁ ସେ ଯେପରି
ଉପସ୍ଥାପନ କରିଥିଲେ, ତାହା
ଆଜି ମଧ୍ୟ ଆମକୁ ପ୍ରେରଣା ଯୋଗାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା