ଚୋରି ଘଟଣାର ପର୍ଦ୍ଦାଫାଶ, ଜଣେ ଗିରଫ
ଚୋରି ଘଟଣାର ପର୍ଦ୍ଦାଫାଶ, ଜଣେ ଗିରଫ
ଚୋରି ଘଟଣାର ପର୍ଦ୍ଦାଫାଶ, ଜଣେ ଗିରଫ


ସମ୍ବଲପୁର,୩୧, ଜୁଲାଇ (ହି.ସ.) ସମ୍ବଲପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବୁର୍ଲା ଥାନା ପୋଲିସ ଏକ ଚୋରି ଘଟଣାର ପର୍ଦ୍ଦାଫାଶ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ବୁର୍ଲା ଥାନା ମାଝିପାଲି ନିବାସୀ ରମେଶ ଚନ୍ଦ୍ର ପୁରୋହିତଙ୍କ ଘରୁ ତାଲା ଭାଙ୍ଗି ୨୬ଟି ଷ୍ଟିଲ ପାଣି ଟ୍ୟାପ୍, ଏକ ସବମର୍ସିବଲ ମୋଟର ପମ୍ପ ଓ ୬ଟି ଶାଢ଼ି ଚୋରି ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା।

ତଦନ୍ତ ସମୟରେ ପୋଲିସ ମହତାବ ନଗରର ଶିବ ଲୁହା (୨୨)କୁ ଗିରଫ କରିଥିଲା। ଅଭିଯୁକ୍ତ ନିକଟରୁ ୧୮ଟି ଷ୍ଟିଲ ପାଣି ଟ୍ୟାପ୍, ଦୁଇଟି ସକେଟ୍ ଓ ଏକ କିର୍ଲୋସ୍କର ମୋଟର ପମ୍ପ ଜବତ କରାଯାଇଛି। ପଚରାଉଚରା ବେଳେ ଅଭିଯୁକ୍ତ ଅନ୍ୟ ଏକ ଘରୁ ମୋଟର ପମ୍ପ, ଷ୍ଟିଲ ଟ୍ୟାପ୍ ଓ ଏସିର କିଛି ଯନ୍ତ୍ରାଂଶ ଚୋରି କରିଥିବା ସ୍ୱୀକାର କରିଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତକୁ ଶୁକ୍ରବାର ଅଦାଲତ ଚାଲାଣ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande