କଂଗ୍ରେସର ବନ୍ୟାଂଚଳ ପରିଦର୍ଶନ
ବଲାଙ୍ଗିର, ୩୧ ଜୁଲାଇ (ହି.ସ.) ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ପୁଇଁନ୍ତଲା ବ୍ଲକ କଂଗ୍ରେସ ର ପୂର୍ବତନ ସଭାପତି ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ଏବଂ ଜିଲ୍ଲା କୃଷକ ସଂଘ ସଭାପତି ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ଏକ ପ୍ରତିନିଧି ମଣ୍ଡଳି ପୁଇଁନ୍ତଲା ବ୍ଲକର ବିଭିନ୍ନ ଗ୍ରାମ ପରି
କଂଗ୍ରେସର ବନ୍ୟାଂଚଳ ପରିଦର୍ଶନ


କଂଗ୍ରେସର ବନ୍ୟାଂଚଳ ପରିଦର୍ଶନ


ବଲାଙ୍ଗିର, ୩୧ ଜୁଲାଇ (ହି.ସ.) ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ପୁଇଁନ୍ତଲା ବ୍ଲକ କଂଗ୍ରେସ ର ପୂର୍ବତନ ସଭାପତି ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ଏବଂ ଜିଲ୍ଲା କୃଷକ ସଂଘ ସଭାପତି ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ଏକ ପ୍ରତିନିଧି ମଣ୍ଡଳି ପୁଇଁନ୍ତଲା ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ବନ୍ୟା ପ୍ରପଡିତ ଅଂଚଳ ଏବଂ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ଘଟଣା ସ୍ଥଳକୁ ଯାଇ ବର୍ଷା ବିତ୍ପାତ ଯୋଗୁଁ ଚାଷୀଙ୍କ ନାହିଁ ନ ଥିବା କ୍ଷୟକ୍ଷତି ଦେଖି ଏବଂ ଲଗାଣ ବର୍ଷାରେ ଘରମାନେ ବ୍ୟାପକ ପରିମାଣରେ ପଡିଯାଇ ଚୁରମାର ହୋଇଯାଇଥିବା ଦେଖି ଜନସାଧାରଣଙ୍କ ସହ ବିସ୍ତୃତ ବିଚାର ବିମର୍ଷ କରିବା ସହ ଘଟଣା ସ୍ଥଳରୁ ପୁଇଁନ୍ତଲା ବ୍ଲକ ତହସିଲଦାର ଶ୍ରୀଯୁକ୍ତ ବର୍ଗେଙ୍କ ସହ ଫୋନମାଧ୍ୟମରେ କଥା ହୋଇ କ୍ଷୟକ୍ଷତି ସମ୍ପର୍କରେ ପ୍ରତିନିଧି ମଣ୍ଡଳି ତରଫରୁ ଆଲୋଚନା କରାଯାଇଥିଲା । ତହସିଲଦାର ଶ୍ରୀ ବର୍ଗେ ଖୁବ ଶିଘ୍ର ସମସ୍ତ ରାଜସ୍ୱ ନୀରିକ୍ଷକ ଏବଂ ସମସ୍ତ କର୍ମଚାରୀ ମିଶି କ୍ଷୟକ୍ଷତି ଆକଳନ କରିବା ସହ ତୁରନ୍ତ କ୍ଷତିପୁରଣ ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ । ପ୍ରତିନିଧି ମଣ୍ଡଳି ତରଫରୁ ବଇଁରାସର ରେ କିଛି ଚାଷୀଙ୍କ ସହ ବାର୍ତାଲାପ ପରେ ସାରର ଘୋର ଅଭାବ ତଥା ଚଢା ଦରରେ ଚାଷୀମାନେ କ୍ରୟ କରୁଛନ୍ତି ବୋଲି କମିଟି ପାଖରେ ଜଣାଇଥିଲେ । ପରେ ଖଲିଆପାଲି ପଂଚାୟତ ପୂର୍ବତନ ସମିତି ସଭ୍ୟ ପ୍ରେମ ମହାକୁରଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଉକ୍ତ ପ୍ରତିନିଧି ମଣ୍ଡଳିରେ ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ଯୁବ ନେତା ହରି ନେତା, ଲଳିତ ପଟେଲ, ଅଚ୍ୟୁତ ପଲତା, ସଂଜିବ କ୍ଷେତି ପ୍ରମୁଖ ଉପସ୍ଥିତ ଥିବା ବେଳେ କ୍ଷତିଗ୍ରସ୍ତ ଚାଷୀମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ଡାଙ୍ଗ, ମଧୁ କାଲସାଏ, ପ୍ରହଲ୍ଲାଦ ମହାକୁର, ମଦନ କର୍ମୀ, ହିରା ଷାଣ୍ଢ, ଖେଡୁ କାଲସାଏ, ଜଗଦିଶ ନାଏକ, ସତ୍ୟନାରାୟଣ ମହାକୁର, ସର୍ବେଶ୍ୱର ମହାକୁର ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୭ ଦିନ ଭିତରେ ସମସ୍ତ କ୍ଷତିଗ୍ରସ୍ତମାନଙ୍କୁ ସହାୟତା ଯୋଗାଇ ନ ଦେଲେ ତିବ୍ରତର ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାଇ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande