ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଡେଙ୍ଗୁ, ମ୍ୟାଲେରିଆ ଓ ସ୍ୱାଇନ ଫ୍ଲୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ଜୟପୁର, ୩୧ ଜୁଲାଇ (ହି.ସ.)- ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଜୟପୁରର ଜୁନିୟର ରେଡକ୍ରସ୍ ଶାଖା ପକ୍ଷରୁ ଡେଙ୍ଗୁ, ମ୍ୟାଲେରିଆ ଓ ସ୍ୱାଇନ ଫ୍ଲୁ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ପ୍ରଭାତୀ ପାଣିଗ୍ରାହୀଙ୍କ ସଭା
ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଡେଙ୍ଗୁ, ମ୍ୟାଲେରିଆ ଓ ସ୍ୱାଇନ ଫ୍ଲୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ


ଜୟପୁର, ୩୧ ଜୁଲାଇ (ହି.ସ.)- ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଜୟପୁରର ଜୁନିୟର ରେଡକ୍ରସ୍ ଶାଖା ପକ୍ଷରୁ ଡେଙ୍ଗୁ, ମ୍ୟାଲେରିଆ ଓ ସ୍ୱାଇନ ଫ୍ଲୁ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ପ୍ରଭାତୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାବଣାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମନୋଜ କୁମାର ବିଶ୍ୱାଳ, ସମ୍ମାନିତ ଅତିଥି ଭାବରେ ରାବଣାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ. ସୁନୀତା ସାହୁ, ଫାର୍ମାସିଷ୍ଟ ସମତା ସ୍ୱାଇଁ, ଏ ଏନ ଏମ ମାଳବିକା ଖରା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଓ ସ୍ୱାଇନ ଫ୍ଲୁର କାରଣ, ଲକ୍ଷଣ, ପ୍ରତିରୋଧ ଏବଂ ନିରାକରଣ ସମ୍ପର୍କରେ ସବିଶେଷ ଅବଗତ କରାଇଥିଲେ। ସ୍ୱଚ୍ଛ ପରିବେଶ ବଜାୟ ରଖିବା, ମଶା ବଂଶବୃଦ୍ଧି ରୋକିବା ଏବଂ ମଶାରୀର ବ୍ୟବହାର ଉପରେ ବିଶେଷ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜୁନିୟର ରେଡକ୍ରସ୍ ପରାମର୍ଶଦାତ୍ରୀ ସୁବର୍ଣ୍ଣ କୁମାରୀ ଖିଲ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଜୁନିୟର ରେଡକ୍ରସ୍ ପରାମର୍ଶଦାତ୍ରୀ ଶୁଭସ୍ମିତା ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande