
କେନ୍ଦ୍ରାପଡ଼ା-୩୧ ଜୁଲାଇ (ହି.ସ.) ଶୁକ୍ରବାର ଚିତ୍ରୋତ୍ପଳା ନଦୀରେ ବନ୍ୟା ପାଣି ସଂଗୀନ ହେବାରୁ ପୁନ୍ଦାଳ ଜଳସମ୍ପଦ ବିଭାଗର ନର୍ଥଡିଭିଜନ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କ ସମେତ ୪ଜଣ ବିଭାଗୀୟ ସହକାରୀ ଯନ୍ତ୍ରୀ ସାଧାରଣ ଜନତାଙ୍କ ପ୍ରଶ୍ନ ବାଣରେ ହଟହଟା ହୋଇଛନ୍ତି ! ସୂଚନା ଅନୁଯାଇ ବନ୍ୟାକୁ ସୁରକ୍ଷା ଦେବା ପାଇଁ ମାର୍ଶାଘାଇ ବ୍ଲକ ମାଣ୍ଡିଆ ରାଘପୁରରୁ ନାରାୟଣପୁର ସୁଇସଗେଟ ପ୍ରଯ୍ୟନ୍ତ ୫ କିମି ନଦୀବନ୍ଦ ରାସ୍ତା ପାଇଁ ୧୦୭ କୋଟି ବ୍ୟୟରେ ଓସିସି କମ୍ପାନୀ ପେଟିଠିକାଦାର ମାନଙ୍କ ଦ୍ୱାରା ନଦୀବନ୍ଧ ରାସ୍ତା ନିର୍ମାଣ କରାଇଥିଲା ! ତେବେ ଏହି ରାସ୍ତା ନିର୍ମାଣର ଏକ ବର୍ଷ ନପୂରୁଣୁ ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତା ଧସିବା ଫଳରେ ଯାତାୟାତ ଠପ ହୋଇଯାଉଥିଲା । ତେବେ ନିମ୍ନମାନର ନଦୀବନ୍ଧ ରାସ୍ତାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିବା ପରେ ନଦୀରେ ବନ୍ୟାକୁ ଆଖିଆଗରେ ରଖି ବିଭିନ୍ନ ସ୍ଥାନରେ ରାସ୍ତାକୁ ତାଳି ପକାଇ ୬କୋଟିର ଫ୍ଲସବିଲ କରି ଯନ୍ତ୍ରୀ ଓ ଠିକାଦାର ମାଲେମାଲ ହୋଇଥିଲେ । ବର୍ତମାନ ଦୁଇଦିନ ହେବ ନଦୀରେ ବନ୍ୟା ଆସିବାରୁ ପରକୁଳା ଓ ପିକରାଳି ଗ୍ରାମନିକଟରେ ନଦୀବନ୍ଧରେ ଘାଇସୃଷ୍ଟି ହେବାରୁ ଏହାକୁ ପ୍ରତିରୋଧ କରିବା ପାଇଁ ବଲ୍ହା ଓ ବାଲିବସ୍ତାରେ ବନ୍ଧବାନ୍ଧିବାକୁ ଠିକାଦାର ପ୍ରୟାସ ଜାରି ରଖିଥିବା ବେଳେ ସ୍ଥାନୀୟ ଲୋକଙ୍କ ଆକ୍ରୋଶ ବିଭାଗୀୟ ଯନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଉଗ୍ରରୂପ ନେଇଛି । ସାଧାରଣ ଜନତାଙ୍କ ପ୍ରଶ୍ନବାଣରେ ଅଧିକ୍ଷଣ ଯନ୍ତ୍ରୀ ପ୍ରଶ୍ନଜିତ ମହାନ୍ତି ସହକାରୀ ଯନ୍ତ୍ରୀ ମନୋରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟ ଯନ୍ତ୍ରୀ ଓ ୨ଜଣ ଯନ୍ତ୍ରୀ ନଦୀବନ୍ଧ ଛାଡି ଚମ୍ପଟ ମାରିଥିଲେ । ଗୋଟିଏ ପଟେ ମହାନଦୀରେ ବନ୍ୟା ପାଇଁ ଶାଖା ନଦୀ ଗୁଡିକରର ନଦୀକୂଳରେ ବସବାସ କରୁଥିବା ସାଧାରଣ ଜନତାଙ୍କୁ ସତର୍କତା ପାଇଁ ସଚେତନ କରାଉଥିବା ବେଳେ ଦୁର୍ବଳ ନଦୀବନ୍ଧ ସାଧାରଣ ଜନତାଙ୍କୁ ସୁରକ୍ଷା ଦେଇ ପାରିବତ ଏନେଇ ପ୍ରଶ୍ନ କରିଛନ୍ତି ସାଧାରଣ ଜନତା । ତେବେ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସୁଦୃଢ ନଦୀବନ୍ଧ କାହିଁକି ଫାଟି ଦୁଇଫାଳ ହୋଇଗଲା ।
------------------
ହିନ୍ଦୁସ୍ଥାନ ସମାଚାର / ରବି