୩୨ ବର୍ଷ ପରେ ବି ମୁକ୍ତେଶ୍ୱର ଜାତୀୟ ବିଦ୍ୟାଳୟକୁ ନାହିଁ ପକ୍କା ରାସ୍ତା – ବିକାଶକୁ ନେଇ ଉଠିଲା ପ୍ରଶ୍ନ
କେନ୍ଦ୍ରାପଡ଼ା-୩୧ ଜୁଲାଇ (ହି.ସ.) : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଡିହବଳରାମପୁରସ୍ଥିତ ମୁକ୍ତେଶ୍ୱର ଜାତୀୟ ବିଦ୍ୟାଳୟ ୧୯୯୪ ମସିହାରେ ସ୍ଥାପିତ ହୋଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ବିଦ୍ୟାଳୟକୁ ଯିବା ପାଇଁ ପକ୍କା ରାସ୍ତାର ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହେଉଛି। ବର୍ଷାଦିନେ ଛାତ୍ର
---------------୩୨ ବର୍ଷ ପରେ ବି ମୁକ୍ତେଶ୍ୱର ଜାତୀୟ ବିଦ୍ୟାଳୟକୁ ନାହିଁ ପକ୍କା ରାସ୍ତା – ବିକାଶକୁ ନେଇ ଉଠିଲା ପ୍ରଶ୍ନ


କେନ୍ଦ୍ରାପଡ଼ା-୩୧ ଜୁଲାଇ (ହି.ସ.) : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଡିହବଳରାମପୁରସ୍ଥିତ ମୁକ୍ତେଶ୍ୱର ଜାତୀୟ ବିଦ୍ୟାଳୟ ୧୯୯୪ ମସିହାରେ ସ୍ଥାପିତ ହୋଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ବିଦ୍ୟାଳୟକୁ ଯିବା ପାଇଁ ପକ୍କା ରାସ୍ତାର ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହେଉଛି। ବର୍ଷାଦିନେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନେ କାଦୁଅ ଓ ଦୁର୍ଗମ ରାସ୍ତା ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବହୁବାର ପ୍ରଶାସନ ଓ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ। ସରକାର ବିକାଶର ଦାବି କରୁଥିବା ବେଳେ ଏକ ପୁରୁଣା ବିଦ୍ୟାଳୟକୁ ଆଜି ପର୍ୟ୍ୟନ୍ତ ରାସ୍ତା ସଂଯୋଗ ନ ମିଳିବାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଉଛି।ଏହି ପ୍ରସଙ୍ଗରେ ସ୍ଥାନୀୟ ବାସିନ୍ଦାମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ନିର୍ବାଚନମଣ୍ଡଳୀର ବିକାଶ କାର୍ୟ୍ୟରେ ଏହି ବିଦ୍ୟାଳୟର ରାସ୍ତା ସମସ୍ୟା କେବେ ସମାଧାନ ହେବ? ସେମାନେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରି ଛାତ୍ରଛାତ୍ରୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।

-----------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande