କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ : ପ୍ରଶାସନ ପକ୍ଷରୁ ରିଲିଫ, ସ୍ୱାସ୍ଥ୍ୟସେବା ଓ ସତର୍କତାମୂଳକ ପଦକ୍ଷେପ ଜାରି
କେନ୍ଦ୍ରାପଡ଼ା, ୩୧ ଜୁଲାଇ (ହି.ସ.) ଜୁଲାଇ ୨୦୨୬ ସକାଳ ୧୦.୦୦ଟା ସୁଦ୍ଧା ପ୍ରାପ୍ତ ସ୍ଥିତି ରିପୋର୍ଟ ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡ଼ା ଓ ମାର୍ଶାଘାଇ ସମେତ ୭ଟି ବ୍ଲକ ବନ୍ୟା ପ୍ରଭାବିତ ହୋଇଛି। ଏହାସହ ୩୮ଟି ଗ୍ରାମ ପଂଚାୟତ, ୭୫ଟି
କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ : ପ୍ରଶାସନ ପକ୍ଷରୁ ରିଲିଫ, ସ୍ୱାସ୍ଥ୍ୟସେବା ଓ ସତର୍କତାମୂଳକ ପଦକ୍ଷେପ ଜାରି


କେନ୍ଦ୍ରାପଡ଼ା, ୩୧ ଜୁଲାଇ (ହି.ସ.) ଜୁଲାଇ ୨୦୨୬ ସକାଳ ୧୦.୦୦ଟା ସୁଦ୍ଧା ପ୍ରାପ୍ତ ସ୍ଥିତି ରିପୋର୍ଟ ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡ଼ା ଓ ମାର୍ଶାଘାଇ ସମେତ ୭ଟି ବ୍ଲକ ବନ୍ୟା ପ୍ରଭାବିତ ହୋଇଛି। ଏହାସହ ୩୮ଟି ଗ୍ରାମ ପଂଚାୟତ, ୭୫ଟି ଗ୍ରାମ ଏବଂ ପଟ୍ଟାମୁଣ୍ଡାଇ ପୌରପାଳିକାର ୧୧ଟି ୱାର୍ଡ ପ୍ରଭାବିତ ହୋଇଛି। ବନ୍ୟା ପ୍ରଭାବରେ ୧୫,୬୫୬ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୩୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ପାଇଁ ୧ଟି ଆଶ୍ରୟ କେନ୍ଦ୍ର କାର୍ୟ୍ୟକ୍ଷମ ରହିଛି ଏବଂ ବର୍ତମାନ ସେଠାରେ ୩୦୦ ଜଣ ଆଶ୍ରୟ ନେଇଛନ୍ତି।ପ୍ରଭାବିତ ଲୋକଙ୍କ ପାଇଁ ୧ଟି ମାଗଣା ରନ୍ଧାଖାଦ୍ୟ (ଫ୍ରି କିଚେନ୍) କେନ୍ଦ୍ର ଖୋଲାଯାଇଛି। ଏହି କେନ୍ଦ୍ର ମାଧ୍ୟମରେ ୩୦୦ ଜଣ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି।ଆବଶ୍ୟକୀୟ ରିଲିଫ ସାମଗ୍ରୀ ଭାବେ ଆଜି ୧୬ କ୍ୱିଣ୍ଟାଲ ଚୁଡ଼ା, ୧.୫ କ୍ୱିଂଟାଲ ଗୁଡ଼, ୫ଟି ପଲିଥିନ୍ ରୋଲ୍, ୭ କାର୍ଟନ୍ ବିସ୍କୁଟ, ୧ କାର୍ଟନ୍ ମହମବତୀ ଏବଂ ୧ କାର୍ଟନ୍ ଦିଆସିଲି ବଂଟନ କରାଯାଇଛି। ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ୮ଟି ମେଡିକାଲ ଟିମ୍ ନିୟୋଜିତ କରାଯାଇଛି। ସେଥିମଧ୍ୟରୁ ଆଳିରେ ୨ଟି, ପଟ୍ଟାମୁଣ୍ଡାଇରେ ୩ଟି, ଇନ୍ଦୁପୁରରେ ୨ଟି ଏବଂ ମାର୍ଶାଘାଇରେ ୧ଟି ମେଡିକାଲ ଟିମ୍ କାର୍ୟ୍ୟରତ ରହିଛି। ରିପୋର୍ଟ ଅନୁଯାୟୀ କୌଣସି ଜନହାନି କିମ୍ବା ପଶୁଙ୍କହାନି ଘଟିନାହିଁ। ୨,୦୩୦ଟି ପଶୁ ପ୍ରଭାବିତ ହୋଇଛନ୍ତି, ଯେଉଁଥିରେ ୧,୭୨୪ଟି ବଡ଼ ପଶୁ ଏବଂ ୩୦୬ଟି ଛୋଟ ପଶୁ ରହିଛନ୍ତି। ଫସଲ କ୍ଷୟକ୍ଷତିର ଆକଳନ ବନ୍ୟାଜଳ କମିବା ପରେ କରାଯିବ।ପ୍ରାଥମିକ ଆକଳନ ଅନୁଯାୟୀ ୫ଟି କଚ୍ଚା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୧୨ଟି ରାସ୍ତା ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବାବେଳେ ବିଦ୍ୟୁତ ସରବରାହରେ କୌଣସି ବାଧା, ଗଛ ଉପୁଡ଼ିବା କିମ୍ବା ଅନ୍ୟ କୌଣସି ବଡ଼ ଧରଣର ଭିତିଭୂମି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି। ପ୍ରଭାବିତ ଅଂଚଳରେ ସମସ୍ତ ଲାଇନ୍ ବିଭାଗ ସହ ସମନ୍ୱୟ ରକ୍ଷା କରି ରିଲିଫ, ସ୍ୱାସ୍ଥ୍ୟସେବା ଓ ଆବଶ୍ୟକୀୟ ସହାୟତା କାର୍ୟ୍ୟ ଜାରି ରହିଛି। ଜନସାଧାରଣଙ୍କୁ ସତର୍କ ରହିବା, ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ପରାମର୍ଶ ପାଳନ କରିବା ଏବଂ ଆବଶ୍ୟକ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

--------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande