ବନ୍ୟା ବିପନ୍ନଙ୍କୁ ଦାଉ ସାଜିଛି ଲଗାଣ ବର୍ଷା : ନଦୀ ବନ୍ଧ ପାଲଟିଛି ଆଶ୍ରୟସ୍ଥଳୀ : ୩ଦିନ ଉପାସରେ ପଶୁ ସମ୍ପଦ
ଧର୍ମଶାଳା, ୩୧ ଜୁଲାଇ (ହି.ସ.)- ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ତଳେ ରହିଛି । ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ସେପେଟ ବନ୍ୟା ଜଳ କମି ଯାଇଥିଲେ ମଧ୍ୟ ନଦୀ ବନ୍ଧରେ ଆଶ୍ରୟ ନେଇଥିବା ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶାକୁ ଲଗାଣ ବର୍ଷା ଦ୍ୱିଗୁଣିତ କରିଛି । ଘରେ ୩ଦିନ ଧରି ପାଣି ଜମି
ବନ୍ୟା ବିପନ୍ନଙ୍କୁ ଦାଉ ସାଜିଛି ଳଗାଣ ବର୍ଷା : ନଦୀ ବନ୍ଧ ପାଲଟିଛି ଆଶ୍ରୟସ୍ଥଳୀ : ୩ଦିନ ଉପାସରେ ପଶୁ ସମ୍ପଦ


ଧର୍ମଶାଳା, ୩୧ ଜୁଲାଇ (ହି.ସ.)- ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ତଳେ ରହିଛି । ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ସେପେଟ ବନ୍ୟା ଜଳ କମି ଯାଇଥିଲେ ମଧ୍ୟ ନଦୀ ବନ୍ଧରେ ଆଶ୍ରୟ ନେଇଥିବା ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶାକୁ ଲଗାଣ ବର୍ଷା ଦ୍ୱିଗୁଣିତ କରିଛି । ଘରେ ୩ଦିନ ଧରି ପାଣି ଜମି ରହିଥିବା ବେଳେ ଘରର ସମସ୍ତ ଆସବାସପତ୍ରକୁ ନେଇ ଚିନ୍ତିତ ରହିଛନ୍ତି ପରିବାର ଲୋକେ । ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଝାଲପଡା ପଂଚାୟତର ଝାଲପଡା ନିକଟରେ ବୁଧବାର ବିଳମ୍ବିତ ରାତିରେ ହଠାତ୍ ଘେରି ବନ୍ଧ ଉପରେ ବ୍ରାହ୍ମଣୀର ବନ୍ୟା ଜଳ ପ୍ରବେଶ କରିଥିଲା । ଜୀବନ ବିକଳରେ ପିଲାଛୁଆ ଓ ଗାଈଗୋରୁଙ୍କୁ ନେଇ ୧୪,୧୫ ଓ ୧୬ ନଂ ୱାଡ ର ଶହଶହ ପରିବାର ନଦୀ ବନ୍ଧ ଉପରେ ଆଶ୍ରୟ ନେଇଥିଲେ । ଆଜି ବନ୍ୟା ଜଳ କମି ଥିବାରୁ ଲୋକମାନଙ୍କୁ ଆଶ୍ଵସ୍ତି ମିଳିଛି ସତ ହେଲେ ନିଜ ଘରକୁ ଦେଖିଲେ ଓ ତୁହାକୁ ତୁହା ଲଗାଣ ବର୍ଷା ଲାଗି ରହିଥିବାରୁ ସେମାନଙ୍କ ଦୁର୍ଦ୍ଦଶା ଦ୍ୱିଗୁଣ ବଢି ଯାଇଛି । ବନ୍ୟା ଜଳର ପ୍ରଭାବରେ ମାଟି କାନ୍ଥ ଘର କଥା ନ କହିଲେ ସରେ । କାହାର ଘର କାନ୍ଥ ଗଳି ପଡିଥିବା ବେଳେ କାହାର ଘର ସମ୍ପୂର୍ଣ ଭୁଷୁଡି ପଡିଛି । ପ୍ରଶାସନ ତରଫରୁ ଅଦ୍ୟାବଧି ବନ୍ୟା ବିପନ୍ନ ପରିବାରଙ୍କୁ ଜରି ପାଲ ଖଣ୍ଡେ ଯୋଗାଇ ଦିଆଯାଇନାହିଁ । ସେପେଟ ସବୁଆଡେ ବନ୍ୟାପାଣି ମାଡି ଯାଇଥିବାରୁ ଗୃହପାଳିତ ପଶୁମାନେ ୩ ଦିନ ହେବ ନଖାଇ ନପିଇ ପଡି ରହିଛନ୍ତି । ପ୍ରଶାସନ ତରଫରୁ ବନ୍ୟା ବିପନ୍ନ ପରିବାରଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ଗୃହପାଳିତ ପଶୁମାନଙ୍କୁ ଏପର୍ଯ୍ୟନ୍ତ ଗୋଖାଦ୍ୟ ଯୋଗାଇ ଦିଆଯାଇ ନାହିଁ । ତୁହାକୁ ତୁହା ଲଗାଣ ବର୍ଷା ଲାଗି ରହିଥିବାରୁ ପ୍ରଶାସନ ତରଫରୁ ବନ୍ୟା ବିପନ୍ନଙ୍କୁ ତୁରନ୍ତ ଜରି ପାଲ ସହ ଗୋଖାଦ୍ୟ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande