
ଗଂଜାମ, 31 ଜୁଲାଇ (ହି.ସ.) ଗୋପାଳପୁର ଗୋଶାଳା ବିବାଦକୁ ନେଇ ଖଣ୍ଡାରେ ଆକ୍ରମଣ ଘଟଣାରେ ଗୋପାଳପୁର ପୋଲିସ କାଲି ଗୋପାଳପୁର ମେନ୍ ରୋଡ୍ ରୁ ରାଜା କୁମାର ରଥ (18), ଗିରଫ କରିଛି।
29 ତାରିଖ ସନ୍ଧ୍ୟା 6ଟାରେ ଭଡ଼ା ଘର ପାଖରେ ଅସ୍ଥାୟୀ ଗୋଶାଳା ହଟାଇବାକୁ ନେଇ ବିବାଦ ହୋଇଥିଲା। ଅଭିଯୁକ୍ତ ମିଠା ଦୋକାନୀ ମନୋରଞ୍ଜନ ବାଡତ୍ୟା (45) ଙ୍କୁ ଗାଳି ଦେଇ ମାଡ଼ ମାରିଲା ଏବଂ ବେକରେ ଖଣ୍ଡା ମାରି ହତ୍ୟା କରିବାକୁ ଉଦ୍ୟମ କରିଥିଲା। ଅଭିଯୋଗକାରୀ ଖଣ୍ଡା ଛଡ଼ାଇବା ବେଳେ ଆହତ ହୋଇଛନ୍ତି। ଗୋଟିଏ ଲୁହା ଖଣ୍ଡା ଜବତ ହୋଇଛି । ଏନେଇ
ଗୋପାଳପୁର ଥାନା କେସ୍ ନଂ 437/2026 - ବିଏନଏସ + ଆର୍ମସ ଆକ୍ଟ ଧାରାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ତଦନ୍ତ ଜାରିରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ