ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତର ହିରିମୂଳ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ।
ଖୋର୍ଦ୍ଧା, 31 ଜୁଲାଇ (ହି.ସ.),ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର ପରିମାଣରେ ବନ୍ୟାଜଳ ପ୍ରବାହିତ ହେଉଛି। ତେବେ ଉକ୍ତ ନଦୀ ଓ ନାଳର ପଛୁଆ ପାଣିରେ ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତର ହିରିମୂଳ ଗ୍ରାମରେ ଏ
ସ୍ୱାସ୍ଥ୍ୟ


Sub collector


ଖାଦ୍ଯ


କୃଷି


ବନ୍ୟା


ଖୋର୍ଦ୍ଧା, 31 ଜୁଲାଇ (ହି.ସ.),ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର ପରିମାଣରେ ବନ୍ୟାଜଳ ପ୍ରବାହିତ ହେଉଛି। ତେବେ ଉକ୍ତ ନଦୀ ଓ ନାଳର ପଛୁଆ ପାଣିରେ ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତର ହିରିମୂଳ ଗ୍ରାମରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ସେହିପରି ଗାଁ ଭିତରେ ବନ୍ୟାପାଣି ପଶିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀକୁ ୧୪୩ ପରିବାରକୁ ଉଦ୍ଧାର କରି ରନ୍ଧା ଖାଦ୍ୟ ସହିତ ଶୁଖିଲା ଖାଦ୍ଯ ବଣ୍ଟନ କରାଯାଇଛି।ଏପରିକି ମାନପୁର,ଓରମି,ବଳପୁର, ନରଣଗଡ ଆଦି ପଞ୍ଚାୟତରେ ବନ୍ୟା ପ୍ରଭାବିତ ପରିବାରକୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ସହିତ ଶୁଖିଲା ଖାଦ୍ଯ ବଣ୍ଟନ କରାଯାଇଛି। ଅନୁରୁପ ଭାବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଖୋର୍ଦ୍ଧା ହଳଦିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଟିମ ଗଠନ କରାଯାଇ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ହଲୋଜିନ ବଟିକା ବଣ୍ଟନ କରିବା ସହ ଜଣେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।ସେହିପରି ପଶୁ ଚିକିତ୍ସା ଵିଭାଗ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଗୋରୁ ଗାଈଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଖାଦ୍ୟ ଦିଆଯିବା ସହ ଚିକିତ୍ସା କରାଯାଉଛି। କୃଷି ବିଭାଗ ଅଧିକାରୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷତିଗ୍ରସ୍ତ ଚାଷ ଜମିର ଖରିଫ ଧାନ କ୍ଷତିର ସମୀକ୍ଷା କରୁଛନ୍ତି।ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ଉପଜିଲାପାଳ ସଂକଳ୍ପ ସ୍ବସ୍ତିକ ସାହୁ ଓ ବିଡିଓ ସିଦ୍ଧାର୍ଥ ପଟ୍ଟନାୟକଙ୍କ ସମେତ ତହସିଲଦାର ପ୍ରମୁଖ ଉପସ୍ଥିତ ରହି ବନ୍ୟା ପରିସ୍ଥିତି ପରକ୍ଷିବା ସହ ସ୍ଥିତି ଉପରେ ନଜର ରଖିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande