ଆଇନ ସଚେତନତା ଶିବିର
ବଲାଙ୍ଗିର, ୩୧ ଜୁଲାଇ (ହି.ସ.) - ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିରର ଅଧ୍ୟକ୍ଷ ତଥା ଜିଲ୍ଲା ଜ ଶ୍ରୀଯୁକ୍ତ ହିରନମୟ ବିଶୋଇ ଙ୍କ ଅନୁମତି କ୍ରମେ ତା.୩୧.୦୭.୨୦୨୬ ରେ ଆର୍ଦଶ ବିଦ୍ୟାଳୟ, ପଥରଚେପା ଠାରେ ଅଧୁନିୟମ, ଶିକ୍ଷା ଅଧିକାର ନ
ଆଇନ ସଚେତନତା ଶିବିର


ବଲାଙ୍ଗିର, ୩୧ ଜୁଲାଇ (ହି.ସ.) - ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିରର ଅଧ୍ୟକ୍ଷ ତଥା ଜିଲ୍ଲା ଜ ଶ୍ରୀଯୁକ୍ତ ହିରନମୟ ବିଶୋଇ ଙ୍କ ଅନୁମତି କ୍ରମେ ତା.୩୧.୦୭.୨୦୨୬ ରେ ଆର୍ଦଶ ବିଦ୍ୟାଳୟ, ପଥରଚେପା ଠାରେ ଅଧୁନିୟମ, ଶିକ୍ଷା ଅଧିକାର ନିୟମ ଏବଂ ନାଗରିକର ମୌଳିକ କର୍ଭବ୍ୟ ପାଳନ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଆଇନ ସଚେତନତା ଶିବିରରେ ଶ୍ରୀଯୁକ୍ତ ବେଣୁଧର ପାତ୍ର, ଜଜ୍ ଭିଜିଲାନ୍ସ ନ୍ୟାୟାଳୟ, ବଲାଙ୍ଗିର ଯୋଗ ଦେଇ କିଶୋର ନ୍ୟାୟ ଶିଶୁଙ୍କ ଯନ୍ତ୍ର ଓ ସୁରକ୍ଷା ଅଧୁନିୟମ, ୨୦୧୫ ଅନୁଯାୟୀ ଶିଶୁଙ୍କ ସୁରକ୍ଷା, ପୁନର୍ବାସ ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ କିଶୋର ନ୍ୟାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ ଏବଂ ଶିଶୁ କଲ୍ୟାଣ କମିଟି, କିଶୋର ନ୍ୟାୟ ବୋର୍ଡ ଓ ଅନ୍ୟାନ୍ୟ ସଂସ୍ଥା ଏହି ଦିଗରେ ସମନ୍ୱିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀଯୁକ୍ତ ପ୍ରିୟପ୍ରତା ଦାସ,ଜଜ୍, ଫ୍ୟାମିଲି କୋର୍ଟ, ବଲାଙ୍ଗିର ସମ୍ବିଧାନର ଅନୁଚ୍ଛେଦ ୨୧(କ) ଅନୁଯାୟୀ ୬ରୁ ୧୪ ବର୍ଷ ବୟସର ପ୍ରତ୍ୟେକ ଶିଶୁଙ୍କୁ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ଏକ ମୌଳିକ ଅଧିକାର। ସେହିପରି ସମ୍ବିଧାନର ମୌଳିକ କର୍ଭବ୍ୟ ଅନୁଯାୟୀ ପିତାମାତା ଓ ଅଭିଭାବକମାନଙ୍କର ୬ରୁ ୧୪ ବର୍ଷ ବୟସର ଶିଶୁଙ୍କ ଶିକ୍ଷାର ସୁଯୋଗ ଯୋଗାଇ ଦେବା ଦାୟିତ୍ୱ ରହିଛି ବୋଲି ଦର୍ଶାଇଥିଲେ । ଶ୍ରୀମତୀ ଅଂଜଳି ପାଢି, ଜିଲ୍ଲା ଜଜ୍ ଦ୍ୱିତୀୟ ବଲାଙ୍ଗିର କାର୍ଯ୍ୟକ୍ରମରେ ସମାଜର ସମସ୍ତ ବର୍ଗକୁ ଶିଶୁଙ୍କ ଅଧିକାରର ସୁରକ୍ଷା, ଶିକ୍ଷାର ପ୍ରସାର ଏବଂ ସମ୍ବିଧାନ ପ୍ରଦତ ମୌଳିକ କର୍ଭବ୍ୟ ପାଳନ ମାଧ୍ୟମରେ ଏକ ସୁରକ୍ଷିତ ଓ ସଶକ୍ତ ସମାଜ ଗଠନରେ ସହଯୋଗ କରିବାକୁ ଆହ୍ୱାନ କରିଥିଲେ । ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ ଯୋଗ ଦେଇ ଶିଶୁ ଶ୍ରମ, ବାଲ୍ୟବିବାହ, ଶିଶୁ ନିର?୍ୟାତନା ଓ ବିଦ୍ୟାଳୟ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ସମସ୍ତ ବିଭାଗ, ଶିକ୍ଷାନୁଷ୍ଠାନ, ଅଭିଭାବକ ଓ ସାଧାରଣ ଜନତାଙ୍କ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ - କରିଥିଲେ । କାର୍ଯ୍ୟକ୍ରମରେ ସାଧକ କାରର୍ଜି. ଜେ.ଏମ୍.ଏଫ୍.ସି. ବଲାଙ୍ଗିର, ଶିଶିର କୁମାର ଭୋଇ, ଗ୍ରାମନ୍ୟାୟଧିକାରୀ, ବଲାଙ୍ଗିର ଯୋଗ ଦେଇଥିଲେ। ଅଧ୍ୟକ୍ଷ କ୍ଷମାନିଧି ଝଙ୍କର ଆର୍ଦଶ ବିଦ୍ୟାଳୟ, ପଥରଚେପା କାର୍ଯ୍ୟକ୍ରମକୁ ସୂଚାରୁରୂପେ ତୁଲାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande