
ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ଆଜି
ନୂଆଦିଲ୍ଲୀରେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସିଆର ପାଟିଲ, ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାଏକ ଏବଂ ଜଳ ଶକ୍ତି
ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଓଡ଼ିଶାର ସାଂସଦମାନଙ୍କ ଆୟୋଜିତ ବୈଠକରେ ଯୋଗଦେଇଛନ୍ତି
ପୁରୀ ସାଂସଦ ସମ୍ବିତ ପାତ୍ର ।
ଏହି ଅବସରରେ ପୁରୀ ଲୋକସଭା
କ୍ଷେତ୍ରରେ ଜଳ ଜୀବନ ମିଶନର ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ଏହାର ବର୍ତ୍ତମାନ ପ୍ରଗତି
ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା l ସେହିପରି, ଯୋଜନାର ସଫଳ କାର୍ଯ୍ୟାନ୍ୱୟନ, ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଏବଂ ପ୍ରତ୍ୟେକ ଘରକୁ ସୁରକ୍ଷିତ
ପାନୀୟ ଜଳ ଉପଲବ୍ଧ କରାଇବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ବୋଲି ସମ୍ବିତ ପାତ୍ର
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା