ଶୃଙ୍ଖଳିତ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ସେବକମାନଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟ ପ୍ରଶାସକ
ଭୁବନେଶ୍ୱର, ୩୧ ଜୁଲାଇ (ହି.ସ)- ଚଳିତ ବର୍ଷର୍ର ଘୋଷଯାତ୍ରା–୨୦୨୬ର ସଫଳ, ସୁଚାରୁ ଓ ଶୃଙ୍ଖଳିତ ସମାପନ ପାଇଁ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକଙ୍କ ଜରିଆରେ ସେବକ ବନ୍ଧୁମାନଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି। ଏକ ଚିଠିରେ ଶ୍ରୀମନ୍ଦିର ମୁଖ୍ୟ ପ୍
dgh


ଭୁବନେଶ୍ୱର, ୩୧ ଜୁଲାଇ (ହି.ସ)- ଚଳିତ ବର୍ଷର୍ର ଘୋଷଯାତ୍ରା–୨୦୨୬ର ସଫଳ, ସୁଚାରୁ ଓ ଶୃଙ୍ଖଳିତ ସମାପନ ପାଇଁ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକଙ୍କ ଜରିଆରେ ସେବକ ବନ୍ଧୁମାନଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି।

ଏକ ଚିଠିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଲେଖିଛନ୍ତି ଚଳିତ ବର୍ଷ ରଥଯାତ୍ରା-୨୦୨୬ ବେଶ୍ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଛି। ବିଗତ କିଛି ମାସର ପ୍ରସ୍ତୁତିପର୍ବର ପୃଷ୍ଠାଗୁଡ଼ିକୁ ଓଲଟାଇଲେ ଅନୁଭବ ହୁଏ ଯେ ପ୍ରତି ବର୍ଷ ଭଳି ଏଥର ମଧ୍ୟ ରଥଯାତ୍ରାର ପ୍ରତ୍ୟେକ ପର୍ଯ୍ୟାୟରେ ଥିଲା ଏକ ରୋମାଞ୍ଚକର ଅନୁଭୂତି, ନୂତନ ଆହ୍ୱାନ ଏବଂ ଭକ୍ତିର ପୁଲକ। ରଥାରୂଢ଼ ମହାପ୍ରଭୁଙ୍କୁ ଚର୍ମଚକ୍ଷୁରେ ଦେଖ୍ ଭକ୍ତଜନ ଭକ୍ତିରସରେ ଭିଜିଛନ୍ତି, ଆହ୍ଲାଦିତ ହୋଇଛନ୍ତି। କଳା ଶ୍ରୀମୁଖରେ ରଙ୍ଗାଧର ଦର୍ଶନ କରି ରଥ ଦଉଡ଼ି ଟାଣିବା ବେଳେ ଅଗଣିତ ଶ୍ରଦ୍ଧାଳୁଙ୍କ ଆଖରେ ଯେଉଁ ଧାର ଧାର ଅଶୁ ଓ ଆତ୍ମତୃପ୍ତି ଦେଖିବାକୁ ମିଳିଥିଲା, ତାହା ପଛରେ ରହିଥିଲା ସମସ୍ତ ସେବାୟତମାନଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ସମର୍ପଣ ମନୋଭାବ। ଦେବସ୍ନାନ ପୂର୍ଣ୍ଣମୀଠାରୁ ଆରମ୍ଭ କରି ଶ୍ରୀଗୁଣ୍ଡିଚା ଯାତ୍ରା, ଆଡ଼ପ ମଣ୍ଡପ ବିଜେ, ହେରାପଂଚମୀ, ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ଯାଏଁ, ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି, ସେବା-ପୂଜା ସୁଚାରୁ ରୂପେ ଶାଢିପୂର୍ଣ୍ଣ ପରିବେଶରେ ସମାପନ ହୋଇଛି । ତେବେ ଏହି ସାଫଲ୍ୟର ସୂତ୍ରଧର ହେଉଛନ୍ତି ଆପଣ ମାନେ ମହାପ୍ରଭୁଙ୍କ ବିଭିନ୍ନ ସେବାରେ ନିୟୋଜିତ ଛତିଶା ନିଯୋଗର ସେବାୟତମାନଙ୍କ ସହ ସମନ୍ୱୟ ରକ୍ଷା କରି ସମୟାନୁସାରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ କରିବାକୁ ଆମେ ଚେଷ୍ଟା କରିଥିଲୁ। ଏଦିଗରେ ଆପଣମାନଙ୍କ ସହଯୋଗ ନିଶ୍ଚିତ ଭାବେ ଧନ୍ୟବାଦାର୍ଟ ଏବଂ ସେମାନଙ୍କ ନିକଟରେ ଶ୍ରୀମନ୍ଦିର ପ୍ରଶାସନ କୃତଜ୍ଞ।

ରଥକାଠ ଅନୁକୂଳଠାରୁ ଆରମ୍ଭ କରି ସୁସଜ୍ଜିତ ରଥତ୍ରୟ ଗଢ଼ିବା ପର୍ଯ୍ୟନ୍ତ, ଏହି କାର୍ଯ୍ୟରେ ନିୟୋଜିତ ସମସ୍ତ ଶିଳ୍ପୀ/କାରିଗର, ମହାରଣା, ଭୋଇ, ଚିତ୍ରକାର, ରୂପକାର, ଦରଜୀ ସେବକଙ୍କ ଉଲ୍ଲେଖନୀୟ ଅବଦାନ କଦାପି ଭୁଲି ହେବ ନାହିଁ। ସେହିଭଳି ଲଗାଣ ବର୍ଷା ଭଳି ପ୍ରତିକୂଳ ପାଣିପାଗରେ ମଧ୍ୟ ଆମ ଦଇତା ସେବାୟତମାନେ ସବୁ କ୍ଳାନ୍ତିକୁ ପାସୋରି ସତର୍କତାର ସହ ଠାକୁରଙ୍କ ପହଣ୍ଡି କରିବାର ଦୃଶ୍ୟ ଭକ୍ତଜନ ଦେଖୁଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମୁଁ ଛତିଶା ନିଯୋଗର ନାୟକ ଓ ସମସ୍ତ ସେବକଙ୍କୁ ଅଶେଷ ଧନ୍ୟବାଦ ଓ ଆନ୍ତରିକ କୃତଜ୍ଞତା ଜଣାଉଛି। ଚକ୍ରରାଜ ସୁଦର୍ଶନ, ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପା ସଦାସର୍ବଦା ଆପଣଙ୍କ ପରିବାର ଉପରେ ରହୁ। ସେବା ଓ ସମର୍ପଣର ଏହି ଅମୃତଧାରା ଯୁଗେ ଯୁଗେ ଅବିରତ ପ୍ରବାହିତ ହେଉ, ଏହା ହିଁ ଶ୍ରୀଚରଣାରବିନ୍ଦରେ ଆମ୍ଭର ପ୍ରାର୍ଥନା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande