ରାଜଘାଟ ଠାରେ ବିପଦ ସଂକେତ ଉପରେ ସାଳନ୍ଦୀ
ଭଦ୍ରକ, ୩୧ ଜୁଲାଇ (ହି.ସ.)- ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ସାଳନ୍ଦୀ ନଦୀର ଜଳ ସ୍ତର ବୃଦ୍ଧି ପାଇଛି । ରାଜଘାଟ ଠାରେ ବିପଦ ସଂକେତ ୧୭.୦୦ ଫୁଟ ରହିଥିବା ବେଳେ ଶୁକ୍ରବାର ଅପରାହ୍ନ ୧ଟା ସୁଦ୍ଧା ଜଳ ସ୍ତର ବୃଦ୍ଧି ପାଇ ୧୯.୨୦ ଫୁଟ୍ ରେ ପ୍ରବାହିତ ହେଉଛି । ଯାହାକି ଏଠାରେ ବିପଦ ସଂକେତ ଉପରେ ପ୍ରବା
ରାଜଘାଟ ଠାରେ ବିପଦ ସଂକେତ ଉପରେ ସାଳନ୍ଦୀ


ଭଦ୍ରକ, ୩୧ ଜୁଲାଇ (ହି.ସ.)- ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ସାଳନ୍ଦୀ ନଦୀର ଜଳ ସ୍ତର ବୃଦ୍ଧି ପାଇଛି । ରାଜଘାଟ ଠାରେ ବିପଦ ସଂକେତ ୧୭.୦୦ ଫୁଟ ରହିଥିବା ବେଳେ ଶୁକ୍ରବାର ଅପରାହ୍ନ ୧ଟା ସୁଦ୍ଧା ଜଳ ସ୍ତର ବୃଦ୍ଧି ପାଇ ୧୯.୨୦ ଫୁଟ୍ ରେ ପ୍ରବାହିତ ହେଉଛି । ଯାହାକି ଏଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସାଳନ୍ଦୀ ନଦୀ । ଅନ୍ୟପକ୍ଷରେ ତୁହାକୁ ତୁହା ବର୍ଷା ଯୋଗୁଁ ନଦୀର ଜଳ ସ୍ତର ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande