
କେନ୍ଦୁଝର, ୩୧ ଜୁଲାଇ (ହି.ସ.) - ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଝୁମ୍ପୁରା ଆନୁକୁଲ୍ୟରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବିଜ୍ଞାନ ମେଳାରେ ଯୋଗ ଶିକ୍ଷକ ତଥା ରାଷ୍ଟ୍ରିୟ ସ୍ୱୟଂସେବକ ସଂଘର ଜଣେ ସକ୍ରିୟ କାର୍ଯ୍ୟକର୍ତା ଓ ଆଜିର ମୂଖ୍ୟ ଅତିଥି ଓ ମୂଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ସତ୍ୟପ୍ରିୟ ମହାନ୍ତ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ଗାୟତ୍ରୀ ପରିବାରର କାର୍ଯ୍ୟକର୍ତା ତଥା ବିଦ୍ୟାଳୟର ସଭାପତି ଶସୁବଳ କୁମାର ସାହୁ ଯୋଗ ଦେଇ ଦେବତୁଲ୍ୟ ଶିଶୁ ମାନଙ୍କୁ ବିଭିନ୍ନ ଉପାଦେୟ କଥା କହିଥିଲେ। କାର୍ଯ୍ୟଟିକୁ ପରିଚାଳନା କରିଥିଲେ ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ପ୍ରେମଲତା ପ୍ରଧାନ । ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନି । ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ଆଚାର୍ଯ୍ୟ ମନୋଜ କୁମାର ସାହୁଙ୍କ ତତ୍ୱାବଧାନରେ ବିଜ୍ଞାନ ମେଳା ପରିଚାଳିତ ହୋଇଥିଲା । ପରିଚାଳନା ସମିତି ର ଉପସଭାପତି ତଥା ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ବାସନ୍ତି ବେହେରା ଏବଂ ଅବସର ପ୍ରାପ୍ତ ଏ ବି ଓ ବିଜୟ କୁମାର ବେହେରା ମହୋଦୟ ଯୋଗ ଦେଇ ଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଦୁଷ୍ମନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବିଜ୍ଞାନ ମେଳାରେ ୮୦ ଟି ବିଜ୍ଞାନ ପ୍ରକଳ୍ପ, ବିଜ୍ଞାନ ପ୍ରଶ୍ନମଂଚ, ଗଣିତ ପ୍ରକଳ୍ପ, ଗଣିତ ପ୍ରୟୋଗ , ମୂର୍ତିକଳା , କଥା କଥନ, ଆଶୁ ଭାଷଣ ସହିତ ବିଭିନ୍ନ ବିଭାଗରେ ସର୍ବମୋଟ ୨୧୦ ଜଣ ପ୍ରତିଭାଗୀ ଯୋଗ ଦେଇଥିଲେ । ସମାରୋପ ଉତ୍ସବରେ ମୂଖ୍ୟ ଅତିଥି ଭାବେ ବିଦ୍ୟାଳୟର କୋଷାଧ୍ୟକ୍ଷ ସୁମନ୍ତ କୁମାର ପାତ୍ର ମହୋଦୟ ଯୋଗ ଦେଇ ଥିଲେ। ୧ମ, ୨ୟ ଓ ୩ୟ ସ୍ଥାନ ପ୍ରାପ୍ତ ହୋଇଥିବା ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇ ଥିଲା। ଶେଷରେ ସମସ୍ତ ଗୁରୁଜୀ,ଗୁରୁମା, ସେବକ ଓ ସେବିକା ଯୋଗ ଦେଇ ବିଜ୍ଞାନ ମେଳାଟିକୁ ସଫଳ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA