
ଜୟପୁର, ୩୧ ଜୁଲାଇ (ହି.ସ.)- କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣିପୁଟ ଠାରେ ଆଜି ଜଣେ ଦଶମ ଶ୍ରେଣି ଛାତ୍ରକୁ ହତ୍ୟା ହୋଇଛି । ମୃତ ଦଶମ ଶ୍ରେଣି ଛାତ୍ର ଜଣକ ହେଲେ ବାରିଣିପୁଟର ମହେଶ ବାଘ ।
ସୂଚନା ଅନୁଯାୟୀ, ୧୦ ଶ୍ରେଣୀ ଛାତ୍ରକୁ ଛୁରା ମାଡ ହୋଇଛି । ବାରିଣିପୁଟ ସ୍ଥିତ ଯୋଜନା ଉଚ୍ଚ ବିଦ୍ୟାଳୟରେ ଘଟିଛି ଏହି ଘଟଣା । ମଧ୍ୟାହ୍ନ ଭୋଜନ ଛୁଟି ବେଳେ ବିଦ୍ୟାଳୟ ବାହାରେ ଜଣେ ଅଣ ଛାତ୍ର ଓ ସ୍କୁଲ ରେ ପଢୁଥିବା ଛାତ୍ରଙ୍କ ଭିତରେ କୌଣସି କାରଣରୁ ବଚସା ହେବାରୁ ଅଣଛାତ୍ର ଜଣକ ଧାରୁଆ ମାରାଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲା । ଗୁରୁତର ଛାତ୍ରକୁ ନିକଟସ୍ଥ ଘରୋଇ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଏନେଇ ବିଦ୍ୟାଳୟରର ପ୍ରଧାନ ଶିକ୍ଷକ ପର୍ଶୁରାମ ସେଠି ପ୍ରକାଶ କରିଛନ୍ତି । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତା'ର ମୃତ ହୋଇଛି ।
ମୃତ ଛାତ୍ରର ବାପା ମୁରଲି ବାଘ କହିଛନ୍ତି, ତାଙ୍କ ପୁଅ କାହା ସହ ଝଗଡା କରେ ନାହିଁ କି ପାଟିତୁଣ୍ଡ ବି ନାହିଁ କିଛି ବି ଶତ୍ରୁତା କାହାରି ସହିତ ନଥିବା କହିଛନ୍ତି । ଅଭିଯୁକ୍ତକୁ ଗିରଫ ଦାବି ସହ ନ୍ୟାୟ ଦାବିରେ ବାରିଣିପୁଟ ଫାଣ୍ଡି ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଘଣ୍ଟା ଘଣ୍ଟା ଧରି ଗାଡି ଅଟକି ରହିଥିଲା ।
ସୂଚନା ଅନୁଯାୟୀ, ବିନା କାରଣରେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ମୃତ ଛାତ୍ରର ମା ସୁରଭି ବାଘ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରତ୍ୟେକ ଦିନ ପରି ଛାତ୍ର ଜଣକ ମଧ୍ୟାହ୍ନରେ ଘରକୁ ଖାଇବାକୁ ଯାଏ । ମହେଶ ଘରକୁ ଆସୁଥିବା ବେଳେ ବିଦ୍ୟାଳୟ ଠାରୁ କିଛି ଦୂରରେ ଅଭିଯୁକ୍ତ ୨ ଭାଇ ମହେଶର ପେଟକୁ ଲକ୍ଷ୍ୟ କରି ଛୁରିରେ ଆକ୍ରମଣ କରିଥିଲେ । ଛାତ୍ର ଜଣକ ଚିତ୍କାର କରିଥିଲା । ଏହା ଶୁଣି ୨ ଅଭିଯୁକ୍ତ ଭାଇ ଆକ୍ରମଣରେ ବ୍ୟବହୁତ ଛୁରିକୁ ସେଠାରେ ଫିଙ୍ଗି ଚମ୍ପଟ ମାରିଥିଲେ । ଆଗରୁ ମଧ୍ୟ ଝଗଡା ହୋଇଥିଲା । ଗୁରୁତର ଅବସ୍ଥାରେ ଦଶମ ଶ୍ରେଣି ଛାତ୍ରକୁ ହସପିଟାଲରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ପୂର୍ବ ବର୍ଷର ଛାତ୍ର ବୋଲି ଜଣାଯାଇଛି । ଏନେଇ ଜୟପୁର ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏସଡିପିଓ ଆର୍ଚ୍ଚିତା ମିତ୍ତ ସାଇଣ୍ଟିଫିକ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି