ଘରେ ପଶି ଚୋରି : ଅଭିଯୁକ୍ତ ଗିରଫ
ଗଞ୍ଜାମ, ୩୧ ଜୁଲାଇ (ହି.ସ.)- ସୋନାପୁର ମେରିନ ପୋଲିସ ଘରେ ପସି ଚୋରି ମାମଲାରେ ଜଣେ ଅଭ୍ୟସ୍ତ ଅପରାଧୀକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ସୋନାପୁରର ଥବିର ବେହେରା (୨୬), ପିତା ତ୍ରିଲୋଚନ ବେହେରା। ୩୦ ତାରିଖ ରାତ୍ରି ପ୍ରାୟ ୨ଟା ସମୟରେ ଓଡିଆରପି କଲୋନୀରେ ତୁଳା ବେହେରା (୨୦) ଓ ତାଙ୍କ ପିଲାମାନେ
Qerrty


ଗଞ୍ଜାମ, ୩୧ ଜୁଲାଇ (ହି.ସ.)- ସୋନାପୁର ମେରିନ ପୋଲିସ ଘରେ ପସି ଚୋରି ମାମଲାରେ ଜଣେ ଅଭ୍ୟସ୍ତ ଅପରାଧୀକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ସୋନାପୁରର ଥବିର ବେହେରା (୨୬), ପିତା ତ୍ରିଲୋଚନ ବେହେରା। ୩୦ ତାରିଖ ରାତ୍ରି ପ୍ରାୟ ୨ଟା ସମୟରେ ଓଡିଆରପି କଲୋନୀରେ ତୁଳା ବେହେରା (୨୦) ଓ ତାଙ୍କ ପିଲାମାନେ ଶୋଇଥିବା ବେଳେ ଅଭିଯୁକ୍ତ ଘରେ ପ୍ରବେଶ କରିଥିଲା। ସେଠାରୁ ସେ ଏକ ମିକ୍ସର ଗ୍ରାଇଣ୍ଡର, ଲାଲ-ଗୋଲାପୀ ସିଏମଆର ବ୍ୟାଗ୍ ରେ ରଖାଯାଇଥିବା ୨୨୦୦ ଟଙ୍କା, ଦୁଇଟି ରୂପା ଗୋଡ଼ ଆଙ୍ଗୁଠି ସହ ମିକ୍ସରର ବିଲ୍, ପରିବାରର ଆଧାର କାର୍ଡ ଓ ଜନ୍ମ ପ୍ରମାଣପତ୍ର ଚୋରି କରି ନେଇଥିଲା। ପରେ ପଚରାପଚରି ବେଳେ ମନା କରିବା ସହ ଅଭିଯୋଗକାରୀଙ୍କୁ ଧମକ ମଧ୍ୟ ଦେଇଥିଲା।

ସୋନାପୁର ମେରିନ ପୋଲିସ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ନାମରେ ସୋନାପୁର ମେରିନ ଥାନା କେସ୍ ନଂ ୨୧/୨୦୨୨ ରେ ପୂର୍ବରୁ ମଧ୍ୟ ମାମଲା ରହିଛି। କେସ୍ ନଂ ୩୨/୨୦୨୬, ବିଏନଏସ ଧାରା ୩୩୧(୪)/୩୦୫(ଏ)/୩୫୧(୩) ବଳରେ ଥାନାରେ ମାମଲା ରୁଜୁ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande