ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ଉପରେ ତାଲିମ୍।
ବଲାଙ୍ଗିର, 31 ଜୁଲାଇ (ହି.ସ.) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗୀର ବ୍ଲକ୍ ର ତୁଷୁରାବାହାଲ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ବଲାଙ୍ଗୀର ବ୍ଲକ୍ ର ୯ ଗୋଟି ପଂଚାୟତ ର ୱାର୍ଡ ମେମ୍ବର ମାନଙ୍କର ଏକ ପଞ୍ଚାୟତ ବିକାଶ ପାଣ୍ଠି ଉପରେ ତାଲିମ ଅଭିଜିତ୍ ପଣ୍ଡା, କାର୍ଯକ୍ରମ ପରିଚାଳକ, ଜିଲ୍ଲା ପରି
ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ଉପରେ ତାଲିମ୍।


ବଲାଙ୍ଗିର, 31 ଜୁଲାଇ (ହି.ସ.) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗୀର ବ୍ଲକ୍ ର ତୁଷୁରାବାହାଲ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ବଲାଙ୍ଗୀର ବ୍ଲକ୍ ର ୯ ଗୋଟି ପଂଚାୟତ ର ୱାର୍ଡ ମେମ୍ବର ମାନଙ୍କର ଏକ ପଞ୍ଚାୟତ ବିକାଶ ପାଣ୍ଠି ଉପରେ ତାଲିମ ଅଭିଜିତ୍ ପଣ୍ଡା, କାର୍ଯକ୍ରମ ପରିଚାଳକ, ଜିଲ୍ଲା ପରିଷଦ, ବଲାଙ୍ଗିର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବ୍ଲକ୍ ସଂଯୋଜିକା ସସ୍ମିତା ସାହୁ ତାଲିମ କାର୍ଯକ୍ରମ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ଉପରେ ଜଣାଇଥିଲେ।ଏହି ତାଲିମ କାର୍ଯକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆସ୍ ସରକାରଙ୍କର ଶିଶୁ ଅନୁକୂଳ ପଞ୍ଚାୟତ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ପ୍ରତି ୱାର୍ଡ କୁ ଏକ ୟୁନିଟ ଭାବେ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ୟକଲେ ଥିମ ୩ ର ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଜଣାଇଥିଲେ।ଏତଦ୍ ବ୍ୟତୀତ ହରିବନ୍ଧୁ ରାଉତ୍ କିଶୋର ନ୍ୟାୟ ଆଇନ୍ ଉପରେ ଜଣାଇଥିଲେ।କାର୍ଯକ୍ରମରେ ତୁଷୁରାବାହାଲ ସରପଞ୍ଚ ଦନାରଦନ ମହାପାତ୍ର , ଯୋଗାଣ ସହାୟକ ସୁସ୍ମିତା ପଧାନ,ପଂଚାୟତ ନିର୍ବାହୀ ଅଧିକାରୀ ବଲ୍ଲବି ବରିହା ଏହି କାର୍ଯକ୍ରମ ସଫଳ ରୂପାୟନ ପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିର ତାଲିମ ରେ ଉପସ୍ଥିତ ଥିଲେ।ପରିଶେଷରେ ସରପଞ୍ଚ ଦନାରଦନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande