ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ତଥା ସୁକନ୍ୟା ଅନ୍ତର୍ଭୂକ୍ତିକରଣ ଶିବିର
ଭଦ୍ରକ, ୩୧ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସୁକନ୍ୟା ଅନ୍ତର୍ଭୂକ୍ତିକରଣ ଶିବିର ଦୋସିଙ୍ଗା ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ, ଦୋସିଙ୍ଗା, ଚାନ୍ଦବାଲିରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଭାବରେ ଜିଲ୍ଲା ଆର୍ôଥକ ସେବା
arthika swakharata


ଭଦ୍ରକ, ୩୧ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସୁକନ୍ୟା ଅନ୍ତର୍ଭୂକ୍ତିକରଣ ଶିବିର ଦୋସିଙ୍ଗା ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ, ଦୋସିଙ୍ଗା, ଚାନ୍ଦବାଲିରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଭାବରେ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ମୋନାଲିସା ପଣ୍ଡା, ସାଇବର ଥାନା ର ଅଧକ୍ଷ ଦୟାନିଧି ଦାସ, ଧାମରା ଥାନାର ଏସ୍ ଆଇ, ପୂର୍ବତନ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ପଦ୍ମନ କୁମାର ରାୟ, ଦୋସିଙ୍ଗା ଗ୍ରାମ ପଂଚାୟତ ର ସରପଂଚ, ଦୋସିଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ, ଦୋସିଙ୍ଗା ସେକ୍ଟର ର ଶୁପର୍ଭାଇଜର ମହୋଦୟା ଯୋଗ ଦେଇଥିଲେ।ଏହି ସଭାରେ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ସଭା ପରିଚାଳିତ କରିଥିଲେ ଓ ଲୋକ ମାନଙ୍କୁ ସଂଚୟର ମହତ୍ୱ ଜଣାଇବା ସହ ଆର୍ôଥକ ସକ୍ଷାର ସମାଜ ଗଢ଼ିବା ପାଇଁ ସହାୟକ ହେବ ବୋଲି କହି ଅନୁପ୍ରାଣିତ କରିଥିଲେ। ସାଇବର ସେଲ ଅଧ୍ୟକ୍ଷ ଓ ବସୁଦେବପୁର ଥାନା ର ଏସ ଆଇ ଲୋକମାନଙ୍କୁ ସାଇବର ଅପରାଧୀ ମାନଙ୍କ ଶିକାରରୁ ବଚିବାର ଉପାୟମାନ ବୁଝାଇଥିଲେ ଓ ସୋସିଆଲ ମିଡ଼ିଆର ସଠିକ୍ ବ୍ୟବହାର କରିବାର ଉପାୟମନ ଜଣାଇ ଥିଲେ। ପଦ୍ମନ କୁମାର ରାୟ ଓ ପୋଷ୍ଟ ପେମେଂଟ ବ୍ୟାଙ୍କ ର ମ୍ୟାନେଜର ଡାକଘରେ ଉପଲବ୍ଧ ସମସ୍ତ ସଂଚୟ ଯୋଜନା ଗୁଡିକ ସମ୍ବଧରେ ଜଣାଇଥିଲେ। ଉଚ୍ଚ ବିଦ୍ୟାଳୟର ଅଧକ୍ଷ ଓ ସରପଞ୍ଚ ମହୋଦୟ ଲୋକମାନଙ୍କୁ ସଂଚୟ ପାଇଁ ଅନୁପ୍ରାଣିତ କରିଥିଲେ ଓ ଚିଟ୍ ଫଣ୍ଡ ଠକେଇ ଶିକାର ନହେବାକୁ ପରାମର୍ଶ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande