ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିଥିବା ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିଥିବା ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କମନୱେଲଥ୍ ଗେମ୍ସ–୨୦୨୬ରେ ମହିଳା ଡିସ୍କସ୍ ଥ୍ରୋ ପ୍ରତିଯୋଗିତାରେ
ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିଥିବା ଖେଳାଳିଙ୍କୁ     ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ


ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିଥିବା ଖେଳାଳିଙ୍କୁ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କମନୱେଲଥ୍ ଗେମ୍ସ–୨୦୨୬ରେ ମହିଳା ଡିସ୍କସ୍ ଥ୍ରୋ ପ୍ରତିଯୋଗିତାରେ

ବ୍ରୋଞ୍ଜ ପଦକ ଜିତିଥିବା ସୀମା କାଲିରାମନାଙ୍କୁ ଏବଂ ପୁରୁଷ ୧୧୦ କେଜିରୁ ଅଧିକ ଭାରୋତ୍ତୋଳନ

ବିଭାଗରେ ରୌପ୍ୟ ପଦକ ହାସଲ କରିଥିବା ଲଭପ୍ରୀତ ସିଂହଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

ସେ କହିଛନ୍ତି ଯେ, ଆପଣମାନଙ୍କର ଏହି ଉଲ୍ଲେଖନୀୟ ସଫଳତା ଅଦମ୍ୟ

ଶକ୍ତି, କଠିନ ପରିଶ୍ରମ, ନିଷ୍ଠା ଏବଂ ଅଟଳ

ସଂକଳ୍ପର ପ୍ରତିଫଳନ। ସମଗ୍ର ଦେଶ ଆପଣମାନଙ୍କ ସଫଳତାକୁ ଗର୍ବର ସହ ପାଳନ କରୁଛି ଏବଂ କମନୱେଲଥ୍

ଗେମ୍ସ–୨୦୨୬ରେ ଟିମ୍ ଇଣ୍ଡିଆର ନିରନ୍ତର ସଫଳତା କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande