
ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ବନ୍ୟା ପ୍ରଭାବିତଙ୍କ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ
ଗୁରୁତାରୋପ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଜୀବନ
ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ବିଭିନ୍ନ ସ୍ଥାନରେ ରିଲିଫ୍ କ୍ୟାମ୍ପ୍ ଜରିଆରେ
ସହାୟତା ଯୋଗାଇ ଦିଆଯାଉଛି। ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯିବା ସହ
କ୍ୟାମ୍ପଗୁଡ଼ିକରେ ଗରମ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ
ଏବଂ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ମାଧ୍ୟମରେ ଜରୁରୀ ଚିକିତ୍ସା ସୁବିଧା ସୁନିଶ୍ଚିତ କରାଯାଉଛି।
ଏହି ସଙ୍କଟ ସମୟରେ ପ୍ରତିଟି ନାଗରିକଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ସରକାର ସମ୍ପୂର୍ଣ୍ଣ
ପ୍ରତିବଦ୍ଧ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା