ବନ୍ୟାରେ ୧୫ଟି ଜିଲ୍ଲାର ୫୭ ବ୍ଲକ୍ ପ୍ରଭାବିତ, ମହାନଦୀକୁ ଛାଡ଼ିଦେଲେ ବାକି ସବୁ ନଦୀ ବିପଦ ସଙ୍କେତ ତଳେ- ମନ୍ତ୍ରୀ
ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ବନ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳ ମାନଙ୍କ ସହ ଲୋକସେବା ଭବନରୁ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଏସଆରସି, ପାଣିପାଗ ବିଜ୍ଞାନ, ଜଳସମ୍ପଦ ବିଭାଗର ଅ
ବନ୍ୟାରେ ୧୫ଟି ଜିଲ୍ଲାର ୫୭ ବ୍ଲକ୍ ପ୍ରଭାବିତ, ମହାନଦୀକୁ ଛାଡ଼ିଦେଲେ ବାକି ସବୁ ନଦୀ ବିପଦ ସଙ୍କେତ ତଳେ- ମନ୍ତ୍ରୀ


ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ବନ୍ୟା

ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳ ମାନଙ୍କ ସହ ଲୋକସେବା ଭବନରୁ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ

ମନ୍ତ୍ରୀ ସୁରେଶ ପୂଜାରୀ। ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଏସଆରସି, ପାଣିପାଗ

ବିଜ୍ଞାନ, ଜଳସମ୍ପଦ ବିଭାଗର ଅଧିକାରୀ ସାମିଲ ଥିବା ବେଳେ ଭିସିରେ

ଜିଲ୍ଲାପାଳ ମାନେ ଯୋଡ଼ି ହୋଇଛନ୍ତି।

ସମୀକ୍ଷା ବୈଠକ ପରେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବନ୍ୟା

ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି । ବନ୍ୟାରେ 15 ଟି ଜିଲ୍ଲା ବିପଦ ମୁକ୍ତ ରହିଛି ।

ଆଉ 15ଟି ଜିଲ୍ଲା ପ୍ରଭାବିତ ହୋଇଛି । 57ଟି ବ୍ଲକ୍ 446ପଞ୍ଚାୟତର 13ସହ 62ଟି ଗାଁର ଲୋକ

ପ୍ରଭାବିତ ହୋଇଛନ୍ତି । 2ଲକ୍ଷ 68ହଜାର 943 ଲୋକ ଜଳବନ୍ଦୀ ଅଛନ୍ତି। 21ହଜାର 380 ହେକଟର

ଚାଷଜମି ସହ 700 ଘର ପ୍ରଭାବିତ ହୋଇଛି । 20ଟି ପଶୁମାନଙ୍କର ରହିବା ପାଇଁ ବ୍ୟବସ୍ଥା ହୋଇଛି ।

ମହାନଦୀରେ ଜଳ ବୃଦ୍ଧି ପାଉଛି । 24 ଘଣ୍ଟାରେ ବିପଦ ଟଳି ପାରେ। ଲୋକ ଘରକୁ ନ ଯିବା ଯାଏଁ ରିଲିଫ

ସେଣ୍ଟର୍ ଚାଲିବ। ଲୋକଙ୍କୁ ସମସ୍ତ ସହଯୋଗ କରିବାକୁ ସରକାର ପ୍ରସ୍ତୁତ ରହିଛନ୍ତି । ବନ୍ୟା

ପରବର୍ତ୍ତୀ ସମୟ ପରେ 72 ଘଣ୍ଟା ଭିତରେ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ଲୋକଙ୍କୁ ତାଙ୍କ

ପ୍ରାପ୍ୟ ଦିଆଯିବ । ବିଶେଷ କରି ଚାଷୀଙ୍କୁ ତାଙ୍କ କ୍ଷତିର କପୋଜିଟ ପ୍ୟାକେଜ ଦେବୁ। କୃଷକଙ୍କର

ଶସ୍ୟର ପ୍ରାପ୍ୟ ଦେବୁ। ପୁରୀ, ଜଗତସିଂପୁର , ଖୋର୍ଦ୍ଧା, କଟକରୁ

ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାଜପୁରରେ ସର୍ବାଧିକ ଘାଇ ହୋଇଛି । ତାପରେ ଭଦ୍ରକ

ଜିଲ୍ଲାରେ ଘାଇ ସଂଖ୍ୟା ରହିଛି । ଯାହା ପାଇଁ ଏହି ଜିଲ୍ଲା ଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି ।

ପୂର୍ବରୁ ନଦୀ ଗୁଡିକରେ ହୋଇଥିବା ଘାଇ ଗୁଡ଼ିକ ଉପରେ ନଜର ରହିଛି । ତାର ତଥ୍ୟ ମଧ୍ୟ ମଗାଯାଇ

ଅନୁଧ୍ୟାନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande