
ଭୁବନେଶ୍ୱର , ୩୧ ଜୁଲାଇ (ହି.ସ.) - ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀ ବ୍ୟବସ୍ଥାର ସମ୍ଭାବ୍ୟ ବନ୍ୟା ପରିସ୍ଥିତି, ଜଳଭଣ୍ଡାରଗୁଡ଼ିକର ଜଳ ପରିଚାଳନା, ନଦୀଗୁଡ଼ିକର ଜଳସ୍ତରର ନିରନ୍ତର ନିରୀକ୍ଷଣ, ବନ୍ୟା ପୂର୍ବାନୁମାନ ବ୍ୟବସ୍ଥା ଏବଂ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଶୁକ୍ରବାର ସେଚ ସଦନରେ ବିସ୍ତୃତ ସମୀକ୍ଷା କରିଥିଲେ।
ଏହି ସମୀକ୍ଷା ବୈଠକରେ ବର୍ତମାନର ସମ୍ଭାବ୍ୟ ବନ୍ୟା ପରିସ୍ଥିତି, ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ବନ୍ୟା ପରିଚାଳନା ରଣନୀତି ଏବଂ ଜଳ ପ୍ରବାହର ସୁରକ୍ଷିତ ଓ ସୁନିୟୋଜିତ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ବନ୍ୟାଜଳର ପ୍ରବାହକୁ ବୈଜ୍ଞାନିକ ଆଧାରରେ ପରିଚାଳନା କରିବା ସହ ତଳମୁଣ୍ଡ ଅଂଚଳର ଜନସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ପ୍ରସ୍ତୁତିକୁ ସୁଦୃଢ଼ ରଖିବାଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହି ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଦିଲ୍ଲୀପ କୁମାର ରାଉତଙ୍କ ସହ ବରିଷ୍ଠ ମୁଖ୍ୟ ଯନ୍ତ୍ରୀ ବୃନ୍ଦ ଉପସ୍ଥିତି ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା