ଚୋରି ସାମଗ୍ରୀର ହବ୍ ପାଲଟିଛି ଜୟପୁର କବାଡିଆ
ଜୟପୁର, ୩୧ ଜୁଲାଇ (ହି.ସ.) - ଭଙ୍ଗା, ଦଦରା ଲୁହା, ପ୍ଲାଷ୍ଟିକି ଅଦରକାରୀ କାଗଜ କିଣା ବିକାକରିବା ଲାଗି କୋରାପୁଟ ଜିଲ୍ଲା ଜୟପୁର, କୋରାପୁଟ, ସେମିଳିଗୁଡା, କୋଟପାଡ ରେ ଗଢି ଉଠିଛି କବାଡିଆ ଦୋକାନ । ବାସ୍ତବ କ୍ଷେତ୍ରରେ କିଛି ଅସାମାଜିକ ଶ୍ରେଣୀର ବ୍ୟକ୍ତି କମ୍ ମଜୁରୀ ପ୍ରଦାନ କରି ଗରିବ ଶ୍ରେଣୀର
ଅସ୍ୱାସ୍ଥ୍ୟ ପରିବେଶରେ ପ୍ରସ୍ତୁତି ସହ  ବିକ୍ରିଚାଲିଛି ଗୁପ୍ଚୁପ୍  , ପ୍ରଶାସନର ଚଢାଉ ଦାବି


ଜୟପୁର, ୩୧ ଜୁଲାଇ (ହି.ସ.) - ଭଙ୍ଗା, ଦଦରା ଲୁହା, ପ୍ଲାଷ୍ଟିକି ଅଦରକାରୀ କାଗଜ କିଣା ବିକାକରିବା ଲାଗି କୋରାପୁଟ ଜିଲ୍ଲା ଜୟପୁର, କୋରାପୁଟ, ସେମିଳିଗୁଡା, କୋଟପାଡ ରେ ଗଢି ଉଠିଛି କବାଡିଆ ଦୋକାନ । ବାସ୍ତବ କ୍ଷେତ୍ରରେ କିଛି ଅସାମାଜିକ ଶ୍ରେଣୀର ବ୍ୟକ୍ତି କମ୍ ମଜୁରୀ ପ୍ରଦାନ କରି ଗରିବ ଶ୍ରେଣୀର କୋମଳମତି ଶିଶୁମାନଙ୍କୁ ହେଉ କିମ୍ବା କିଛି ମାନସିକ ବିକୃତ ଲୋକଙ୍କୁ ନିଶା ଦେଇ ଭଙ୍ଗା, ଦଦରା ଲୁହା ଟିଣ, ପ୍ଲାଷ୍ଟିକି ସଂଗ୍ରହ କରିବାକୁ ପଠାଉଥିବା ବେଳେ ଅସଲରେ କିଛି ଅଲଗା ଉଦେଶ୍ୟ ରହିଥିବାର ଜଣାପଡିଛି। ସମ୍ପୃକ୍ତ କିଛି ବ୍ୟକ୍ତି ବିଶେଷ ଗ୍ରାମାଂଚଳରେ ବିଳମ୍ବିତ ରାତ୍ରରେ ସରକାରୀ କଳ ସହ ବିଭିନ୍ନ ଯନ୍ତ୍ରାସ ଚୋରାଇ ସିଧାସଳଖ କବାଡିଆ ଦୋକାନରେ ବିକ୍ରି କରୁଛନ୍ତି ।ଚୋରା ସାମଗ୍ରୀ କୁ କବାଡିଆ ଦୋକାନ ମାଲିକ ମାନେ କିଲୋ ପିଛା ୨୦ରୁ ୨୫ଟଙ୍କାରେ କିଣୁଥିବା ବେଳେ ସାମଗ୍ରୀର ଚାହିଦା ଅନୁସାରେ ବିଭିନ୍ନ ଗ୍ରାହକ ଙ୍କୁ ବିକ୍ରି କରିଥାନ୍ତି । ଏପରିକି କିଛି ଗ୍ରାହକ ସୁଲଭ ମୂଲ୍ୟରେ ଘର କରଣା ସାମଗ୍ରୀ କିଣିବା ଲାଗି ବିଭିନ୍ନ କବାଡିଆ ଦୋକାନ ମାନଙ୍କରେ ଭିଡ଼ ଜମାଉଥିବା ନଜର ରହିଛି । ପ୍ରତ୍ୟେକ ଦିନ ବିଭିନ୍ନ ଗ୍ରାମାଂଚଳରୁ ଘରୁ ଚୋରି ହେଉଥିବା ବେଳେ ଛୋଟମୋଟ ଚୋରିକୁ କେନ୍ଦ୍ର କରି ଥାନାରେ ଏତଲା ଦେଇ ଅଯଥା ରେ ହଇରାଣ ହରକତ ହେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏହାର ସୁଯୋଗ ନେଇ ବହୁ ଅସାମାଜିକ ଯୁବକ ଏହାର ଭରପୁର ଲାଭ ଉଠାଉଛନ୍ତି । କୋରାପୁଟ ଜିଲାର ଜୟପୁର, କୋଟପାଡ, ସେମିଳିଗୁଡା , କୋରାପୁଟ ଅଂଚଳରେ ଗଢି ଉଠିଥିବା କବାଡିଆ ଦୋକାନରେ ରାତି ରାତି ବିରାଟ କାୟ ଚୋରା ଗାଡି ସବୁ ମେସିନ ସହାୟତା ରେ କାଟି ଦେଉଛନ୍ତି । କିଛି ଦିନ ତଳେ ଟ୍ରାନସଫରମରର ତାର କୁ ତମ୍ବା ତାର ଚୋରି କରି ଅଂଚଳରେ ଚୋରି କବାଡି ଦୋକାନ ବିକ୍ରି କରୁଛନ୍ତି ଦୁବୁର୍ତ । ଚୋରି ସାମଗ୍ରୀ କ୍ରୟ କରିଥିବା ଅଭିଯୋଗରେ କେନାଲ ରୋଡ ରେ ଥିବା ଜଣେ କାବାଡି ଦୋକାନି ମାଲିକକୁ ଜୟପୁର ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିପରି ଚୋରି ସାମଗ୍ର୍ୀ କ୍ରୟ କରିଥିବା ଅଭିଯୋଗ ରେ ଲକ୍ଷ୍ମୀ ପଣ୍ଡା ଛକ ସ୍ଥିତ କାବାଡି ଦୋକାନ ର ମାଲିକକକୁ ବାର ବାର ଗିରଫ କରିଛି ଜୟପୁର ସଦର ପୋଲିସ ।

ଚୋରି ସାମଗ୍ରୀ କବାଡିଆ ଦୋକାନରୁ ଜବତ ହୋଇଥିଲା । କୋରାପୁଟ ଜିଲା ପୋଲିସ ବଡ଼ ଧରଣ ଯାଂଚ ସହ ଉପଯୁକ୍ତ କାଗଜ ପତ୍ର ରେ କବାଡିଆ ଦୋକାନ ଚାଲୁଛି କି ନାହିଁ ଚଢାଉ କରିବା ପାଇ ଜିଲା ବାସୀ ଦାବି କରିଛନ୍ତି । ଘଟଣା କୁ ନେଇ ପୋଲିସ ପକ୍ଷରୁ କବାଡିଆ ଦୋକାନ ଗୁଡିକରେ ଅତର୍କିତ ଚଢାଉ କରାଗଲେ ବହୁ ଚୋରା କାରବାର ର ଗୁମର ଖୋଲିଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେଣୁ ସ୍ଥାନୀୟ ପୋଲିସ ଚଢାଉ କଲେ କାବାଡି ଦୋକାନ ମାଲିକଙ୍କ ଉପରେ ଭୟର ବାତା ବରଣ ଦେଖା ଦେବା ସହ ଚୋରି ରାହାଜାନି ମାମଲାରେ ନିୟନ୍ତ୍ରଣ ହୋଇ ପାରିଥାନ୍ତା ବୋଲି ମତ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande