
ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିଥିବା ଖେଳାଳିଙ୍କୁ
ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ
ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ସୀମା କାଲିରାମନାଙ୍କ ବ୍ରୋଞ୍ଜ ଚମକ!
ସେ କହିଛନ୍ତି ଯେ, କମନ ୱେଲ୍ଥ ଗେମ୍ସ 2026ରେ ମହିଳା ଡିସ୍କସ୍
ଥ୍ରୋ ପ୍ରତିଯୋଗିତାରେ ସୀମା କାଲିରାମନା ୫୮.୬୫ ମିଟରର ସର୍ବଶ୍ରେଷ୍ଠ ପ୍ରୟାସ ସହ ବ୍ରୋଞ୍ଜ ପଦକ
ଜିତି ଭାରତ ପାଇଁ ଆଉ ଏକ ଗୌରବମୟ ସଫଳତା ଆଣିଛନ୍ତି। ତାଙ୍କର ଦୃଢ଼ ମନୋବଳ, ନିରନ୍ତର ପରିଶ୍ରମ
ଏବଂ ସ୍ଥିର ପ୍ରଦର୍ଶନ ଭାରତର ଆଥଲେଟିକ୍ସ ଅଭିଯାନରେ ଆଉ ଏକ ଗର୍ବର ପଦକ ଯୋଡ଼ିଛି। ସୀମାଙ୍କୁ
ହାର୍ଦ୍ଦିକ ଅଭିନନ୍ଦନ। ଆପଣଙ୍କ ଏହି ସଫଳତା ଅଦମ୍ୟ ଅଧ୍ୟବସାୟ, କଠିନ ପରିଶ୍ରମ ଓ
କ୍ରୀଡ଼ା ଉତ୍କର୍ଷର ଏକ ଉଜ୍ଜ୍ୱଳ ଉଦାହରଣ, ଯାହା ଦେଶର ଅସଂଖ୍ୟ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ।
କେଭି ସିଂହଦେଓ କହିଛନ୍ତି ଯେ, ଲଭପ୍ରୀତ ସିଂହଙ୍କ ରୌପ୍ୟ ବିଜୟ! ରାଜ୍ୟଗୋଷ୍ଠୀ
କ୍ରୀଡା 2026ରେ ପୁରୁଷ +୧୧୦ କେଜି ଭାରୋତ୍ତୋଳନ ପ୍ରତିଯୋଗିତାରେ ଲଭପ୍ରୀତ ସିଂହ ୩୮୮ କେଜି
ମୋଟ ଓଜନ (ସ୍ନାଚ୍: ୧୭୬ କେଜି + କ୍ଲିନ୍ ଆଣ୍ଡ ଜର୍କ: ୨୧୨ କେଜି) ଉଠାଇ ରୌପ୍ୟ ପଦକ
ଜିତିଥିବାରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ଅଦ୍ଭୁତ ଶକ୍ତି, ଦୃଢ଼ ସଂକଳ୍ପ ଓ ଚମତ୍କାର ପ୍ରଦର୍ଶନ ସହ ସେ ଭାରତର
ପଦକ ତାଲିକାରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛନ୍ତି। ତାଙ୍କର ଏହି ସଫଳତା ଦେଶର ଅସଂଖ୍ୟ
ଯୁବପିଢ଼ିଙ୍କୁ ସାହସ, ପରିଶ୍ରମ ଏବଂ ଦୃଢ଼ ଇଚ୍ଛାଶକ୍ତି ସହ ନିଜ ସ୍ୱପ୍ନ ପୂରଣ ପାଇଁ
ପ୍ରେରଣା ଯୋଗାଇବ। ଲଭପ୍ରୀତ, ଆପଣଙ୍କ ଏହି ଗୌରବମୟ ସଫଳତା ପାଇଁ ସମଗ୍ର ଭାରତ
ଗର୍ବିତ। ଆପଣ ଦୃଢ଼ ଅଧ୍ୟବସାୟ, ଶକ୍ତି ଓ ଗୌରବର ପ୍ରକୃତ ପ୍ରତୀକ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା