
ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ଲେଖକ ମୁନସୀ ପ୍ରେମଚାନ୍ଦଙ୍କ ଜୟନ୍ତୀରେ ତାଙ୍କ
ସ୍ମୃତିଚାରଣ କରିଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହେଦଓ ଓ ପ୍ରଭାତି ପରିଡା ।
ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ବିଶିଷ୍ଟ ସାହିତ୍ୟିକ ତଥା ଲେଖକ
ମୁନସୀ ପ୍ରେମଚାନ୍ଦ ଙ୍କ ଜୟନ୍ତୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ
ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି।
ସେହିପରି ପ୍ରଭାତି ପରିଡା କହିଛନ୍ତି ଯେ, ହିନ୍ଦୀ ସାହିତ୍ୟ ଜଗତର
ମହାନ ସାଧକ ମୁନ୍ସୀ ପ୍ରେମଚନ୍ଦ୍ଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ ଜଣାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା