ମେଡିକାଲ ପିଜି ପେପର ଲିକ୍ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡ଼ି
ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ମେଡିକାଲ ପିଜି ପେପର ଲିକ୍ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡ଼ି । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଭାରତ ବର୍ଷରେ ନୂଆ କଥା ଦେଖିବାକୁ ମିଳୁଛି। ପ୍ରତି ବର୍ଷ ଆଇପିଏଲ, ହେଉଥିଲା। କିନ୍ତୁ ଏ
ମେଡିକାଲ ପିଜି ପେପର ଲିକ୍     ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡ଼ି


ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ମେଡିକାଲ ପିଜି

ପେପର ଲିକ୍ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡ଼ି । ବିଜେଡି ବିଧାୟକ

ଅରୁଣ ସାହୁ କହିଛନ୍ତି ଯେ, ଭାରତ ବର୍ଷରେ ନୂଆ କଥା ଦେଖିବାକୁ ମିଳୁଛି। ପ୍ରତି ବର୍ଷ ଆଇପିଏଲ, ହେଉଥିଲା।

କିନ୍ତୁ ଏବେ ଆଇପିଏ- ଭାରତୀୟ ପେପର ଲିକ୍ ଦେଖାଯାଉଛି। ସଂସଦରେ ଆଣ୍ଟି ପେପର ଲିକ୍

ବିଲ୍ ଆସୁଛି। କେନ୍ଦ୍ର ମନ୍ତ୍ରୀ ଇସ୍ତଫା ଦେଲେ।

କିନ୍ତୁ ଓଡିଶା ସରକାର

ଖାମଖିଆଲି ନୀତି ପାଇଁ ମେଡିକାଲ ପରୀକ୍ଷାରେ ପ୍ରଶ୍ନ ପତ୍ର ଓ ଉତ୍ତର ଲିକ୍ ହୋଇଛି କିଏ ପରୀକ୍ଷା ହଲକୁ ମୋବାଇଲ ନେବାକୁ ଅନୁମତି

ଦେଲା। କିଛି ଅସାଧୁ ପରୀକ୍ଷାର୍ଥୀ ଙ୍କ ପାଇଁ

ମେଧାବୀ ଛାତ୍ରଛାତ୍ରୀ ପ୍ରଭାବିତ ହେଉଛନ୍ତି। ଏମକେସିଜିରେ ସର୍ଜରୀ ବିଭାଗର ପ୍ରଶ୍ନପତ୍ର ଲିକ୍

ହେଲା। ଓୟୁଏଚଏସ ଇଂଟରନାଲ ତଦନ୍ତ କରୁଛି। ବିଜେପି ସରକାର ର 24 ମାସ ଶାସନ ରେ 23 ଥର ପେପର

ଲିକ୍ ରାଜ୍ୟରେ ହେଲାଣି।

ଦେଶରେ ବର୍ଷକୁ ଗୋଟିଏ

ଆଇପିଏଲ ମ୍ୟାଚ ହେଉଛି ଆଉ ରାଜ୍ୟରେ ପ୍ରତି ମାସରେ ଆଇପିଏଲ ହେଉଛି। ରାଜ୍ୟ ସରକାର ରେକର୍ଡ

କରିବାକୁ ଯାଉଛନ୍ତି। ବନ୍ୟା ହେଉଛି, ପେପର

ଲିକ୍ ହେଉଛି କିନ୍ତୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ। ବିଧାନସଭା ରେ ସରକାର ପେପର ଲିକ୍ ପାଇଁ ଆଇନ୍

ଆଣିଥିଲେ। ଆମର ଦାବି, ଗଣଶିକ୍ଷାମନ୍ତ୍ରୀ ଇସ୍ତଫା ଦେଇଥାନ୍ତେ ତାହାଲେ

ତଳ ସ୍ତରରେ ସୁଧାର ଆସିଥାନ୍ତା। ସ୍ୱାସ୍ଥ୍ୟ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଅରୁଣ

ସାହୁ ଦାବି କରିଛନ୍ତି ।

ସେହିପରି ବିଜେଡି ନେତା

ପ୍ରତାପ ଜେନା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଉପରେ ନିୟନ୍ତ୍ରଣ ନାହିଁ। ଓୟୁଏଚଏସ ର ପରୀକ୍ଷା ନିୟନ୍ତ୍ରକ ନିଯୁକ୍ତି ରେ

ଅନିୟମିତତା ନାହିଁ। ରାଜ୍ୟ ସରକାରଙ୍କ ବିନା ଏନଓସିରେ ଓୟୁଏଚଏସ ର ପରୀକ୍ଷା ନିୟନ୍ତ୍ରକ

ନିଯୁକ୍ତ ହେଲେ। ଏହା ବଡ ଅନିୟମିତତା। କଡ଼ା ଚେକିଂ ସତ୍ତ୍ୱେ ମୋବାଇଲ ଯାଉଚି କେମିତି। ପରୀକ୍ଷକଙ୍କ

ଜାଣତରେ ଏହା ହେଉନାହିଁ ତ। ରାଜ୍ୟ ସରକାରଙ୍କ

ତରଫରୁ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande