ଚିଲିକା ଅଂଚଳରେ ବ୍ୟାପକ ପର୍ଯ୍ୟଟନର ବିକାଶ ନେଇ ଆଲୋଚନା କଲେ ପୂର୍ତ ମନ୍ତ୍ରୀ
ଭୁବନେଶ୍ୱର, ୩୧ ଜୁଲାଇ (ହି.ସ)- ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନର ସମ୍ମିଳନୀ କକ୍ଷରେ ଚିଲିକା ଅଂଚଳରେ ବ୍ୟାପକ ପର୍ଯ୍ୟଟନର ବିକାଶ ଏବଂ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଆବଶ୍ୟକ ଭିତିଭୂମିର ବିକାଶ
jhuy


ଭୁବନେଶ୍ୱର, ୩୧ ଜୁଲାଇ (ହି.ସ)- ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନର ସମ୍ମିଳନୀ କକ୍ଷରେ ଚିଲିକା ଅଂଚଳରେ ବ୍ୟାପକ ପର୍ଯ୍ୟଟନର ବିକାଶ ଏବଂ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଆବଶ୍ୟକ ଭିତିଭୂମିର ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।

ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ଅଧିକ ସମୃଦ୍ଧ କରିବା ସହ ସଡ଼କ ସଂଯୋଗ, ପର୍ଯ୍ୟଟକ ସୁବିଧା, ଆଧୁନିକ ଭିତିଭୂମି ଏବଂ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏହି ଅବସରରେ ମୁଖ୍ୟଯନ୍ତ୍ରୀ(ରାସ୍ତା-୨) ଇଂ ଶିବବ୍ରତ ତରିଆ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ(ରାସ୍ତା-୨) ଇଂ ରଶ୍ମିରଞ୍ଜନ ସାହୁ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀ ସବ୍ୟସାଚୀ ମିଶ୍ର,ଜାତୀୟ ଆଧୁନିକ କଳା ସଂଗ୍ରହାଳୟର ପୂର୍ବତନ ମହାନିର୍ଦ୍ଦେଶକ ପଦ୍ମଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ ଏବଂ କନସଲ୍ଟାଂଟର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande