ଆମ୍ବୁଲାନ୍ସରେ ଚୋରା ଚାଲାଣ ବେଳେ ୨କୁଇଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଯୁବକ ଗିରଫ
ମାଲକାନଗିରି, ୧୩ ଅଗଷ୍ଟ (ହି.ସ.)- ମାଲକାନଗିରିରୁ ମହାରାଷ୍ଟ୍ରକୁ ଆମ୍ବୁଲାନ୍ସ ଯୋଗେ ବେଆଇନ ଭାବେ ୨ କୁଇଣ୍ଟାଲ ଗଞ୍ଜେଇ ଚାଲାଣ କରୁଥିବା ବେଳେ କାଲିମେଳା ପୋଲିସ ହାତରେ ଧରାପଡ଼ିଛନ୍ତି ଚାଲାଣକାରୀ ୨ ଯୁବକ । ବୁଧବାର ରାତିରେ କାଲିମେଳା ପୋଲିସ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ସୁଧାକୋଣ୍
ଆମ୍ବୁଲାନ୍ସ ରେ ଚୋରା ଚାଲାଣ ବେଳେ ୨କୁଇଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଯୁବକ ଗିରଫ


ମାଲକାନଗିରି, ୧୩ ଅଗଷ୍ଟ (ହି.ସ.)- ମାଲକାନଗିରିରୁ ମହାରାଷ୍ଟ୍ରକୁ ଆମ୍ବୁଲାନ୍ସ ଯୋଗେ ବେଆଇନ ଭାବେ ୨ କୁଇଣ୍ଟାଲ ଗଞ୍ଜେଇ ଚାଲାଣ କରୁଥିବା ବେଳେ କାଲିମେଳା ପୋଲିସ ହାତରେ ଧରାପଡ଼ିଛନ୍ତି ଚାଲାଣକାରୀ ୨ ଯୁବକ ।

ବୁଧବାର ରାତିରେ କାଲିମେଳା ପୋଲିସ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ସୁଧାକୋଣ୍ଡା ଗ୍ରାମ ନିକଟରେ ଗୋଟିଏ ସନ୍ଦେହଜନକ ଆମ୍ବୁଲାନ୍ସକୁ ଅଟକାଇଥିଲେ । ଯାଞ୍ଚ ସମୟରେ ଆମ୍ବୁଲାନ୍ସ ଭିତରେ ୨୦୦ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ମହାରାଷ୍ଟ୍ର ରେଜିଷ୍ଟ୍ରେସନ୍ ନମ୍ବର ଏମଏଚ ୦୪ଏଚ ୦୯୯୭ ଥିବା ଫୋର୍ସ କମ୍ପାନୀ ଆମ୍ବୁଲାନ୍ସ ଯୋଗେ ମାଲକାନଗିରିରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ କରାଯାଉଥିବା ମାଲକାନଗିରି ଏସଡିପିଓ ଦିବ୍ୟରଞ୍ଜନ ଦଳେଇ ଓ କାଲିମେଳା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ବାଳ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ସୋମନାଥ ସାହେବରାଓ ଘାଲ୍ (୩୧) ଓ ସୌରଭ ନିର୍ମଳ (୨୯) ଉଭୟ ମହାରାଷ୍ଟ୍ର ଅଞ୍ଚଳର ହୋଇଥିବା ବେଳେ ତାଙ୍କ ଠାରୁ ୨୦୦ କେଜି ଗଞ୍ଜେଇ, ଗୋଟିଏ ଫୋର୍ସ କମ୍ପାନୀ ଆମ୍ବୁଲାନ୍ସ ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ । ଏ ସମ୍ପର୍କରେ କାଲିମେଳା ଥାନାରେ କେସ ନଂ- ୧୮୦/୨୬ ଏନଡିପିଏସ ଆଇନର ଧାରା ଅନୁସାରେ ମାମଲା ରୁଜୁ କରାଯାଇ ଏହି ଚୋରା ଚାଲାଣରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଚାଲିଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande