ଆଗ୍ରିଷ୍ଟାକ୍ ପଞ୍ଜୀକରଣର ଜଟିଳତାକୁ ବିରୋଧ କରି ତାଲା ପକାଇ ବିଭିନ୍ନ ସ୍ଥାନରେ ଚାଷୀଙ୍କ ବିକ୍ଷୋଭ
ଆଗ୍ରିଷ୍ଟାକ୍ ପଞ୍ଜୀକରଣର ଜଟିଳତାକୁ ବିରୋଧ କରି ତାଲା ପକାଇ ଚାଷୀଙ୍କ ବିକ୍ଷୋଭ
ଆଗ୍ରିଷ୍ଟାକ୍ ପଞ୍ଜୀକରଣର ଜଟିଳତାକୁ ବିରୋଧ କରି  ତାଲା ପକାଇ ବିଭିନ୍ନ ସ୍ଥାନରେ ଚାଷୀଙ୍କ ବିକ୍ଷୋଭ


ଆଗ୍ରିଷ୍ଟାକ୍ ପଞ୍ଜୀକରଣର ଜଟିଳତାକୁ ବିରୋଧ କରି  ତାଲା ପକାଇ ବିଭିନ୍ନ ସ୍ଥାନରେ ଚାଷୀଙ୍କ ବିକ୍ଷୋଭ


ଆଗ୍ରିଷ୍ଟାକ୍ ପଞ୍ଜୀକରଣର ଜଟିଳତାକୁ ବିରୋଧ କରି  ତାଲା ପକାଇ ବିଭିନ୍ନ ସ୍ଥାନରେ ଚାଷୀଙ୍କ ବିକ୍ଷୋଭ


ଆଗ୍ରିଷ୍ଟାକ୍ ପଞ୍ଜୀକରଣର ଜଟିଳତାକୁ ବିରୋଧ କରି  ତାଲା ପକାଇ ବିଭିନ୍ନ ସ୍ଥାନରେ ଚାଷୀଙ୍କ ବିକ୍ଷୋଭ


ସମ୍ବଲପୁର, ୧୩, ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲା ମାନେଶ୍ୱର ସେବା ସମବାୟ ସମିତି, ରେଙ୍ଗାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚାଉଁରପୁର ଅଞ୍ଚଳରେ ଥିବା ସେବା ସମବାୟ ସମିତି ଓ ବାମରା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଲ୍ୟାମ୍ପସ୍ରେ ଆଗ୍ରିଷ୍ଟାକ୍ ପଞ୍ଜୀକରଣରେ ଦେଖାଦେଇଥିବା ଜଟିଳତାକୁ ବିରୋଧ କରି ଗୁରୁବାର ଚାଷୀମାନେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଆଗ୍ରିଷ୍ଟାକ୍ ପଞ୍ଜୀକରଣ ସମୟରେ ଜମିଜମା ସମ୍ବନ୍ଧୀୟ ବିଭିନ୍ନ ଜଟିଳତା ଯୋଗୁଁ ଚାଷୀମାନେ ଅସୁବିଧାରେ ପଡ଼ୁଥିବା ଅଭିଯୋଗ କରିଛନ୍ତି। ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରି ପୂର୍ବବର୍ଷ ଭଳି ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରିବା ସହ ପଞ୍ଜୀକରଣ ସମସ୍ୟା ଯୋଗୁଁ ଯେପରି କୌଣସି ଚାଷୀ ଧାନ ବିକ୍ରିରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଦାବି କରିଛନ୍ତି।

ଗୋବିନ୍ଦପୁର ଲ୍ୟାମ୍ପସ୍ରେ ଯୋଗ ବିହାରୀ ପରିଡ଼ା, ଲକ୍ଷ୍ମୀ ନାରାୟଣ ଛତ୍ରିଆ, ଦିଲୀପ ଛତ୍ରିଆ, କୁମାର ଚନ୍ଦ୍ର ପଟେଲ, କିରଣ ନାୟକ, ପ୍ରଦୀପ ପଟେଇ, ହିରେନ ପାତ୍ର, ରବି ଜୟପୁରିଆ, ରାଜକୁମାର ପଟେଲ, ବିମଲ ଲାଖ୍ଲା ଓ ସୁଶାନ୍ତ ମାଝିଙ୍କ ସମେତ ବହୁ ଚାଷୀ ବିକ୍ଷୋଭରେ ସାମିଲ ହୋଇଥିଲେ। ସେହିପରି ମାନେଶ୍ୱର ସେବା ସମବାୟ ସମିତିରେ ଚାଷୀଙ୍କ ତାଲାବନ୍ଦ ପ୍ରତିବାଦ

ମାନେଶ୍ୱର ସେବା ସମବାୟ ସମିତିରେ ଏଗ୍ରିଷ୍ଟାକ୍ ପଞ୍ଜୀକରଣକୁ ବିରୋଧ କରି ଚାଷୀମାନେ ଆଜି ତାଲାବନ୍ଦ ଆନ୍ଦୋଳନ କରିଥିବା ସୂଚନା ମିଳିଛି। ଦିନ ପ୍ରାୟ ଗୋଟାଏ ସମୟରେ ମାନେଶ୍ୱର ଅଞ୍ଚଳର ଚାଷୀମାନେ ସ୍ଥାନୀୟ ସେବା ସମବାୟ ସମିତି କାର୍ଯ୍ୟାଳୟରେ ପହଞ୍ଚି ଏଗ୍ରିଷ୍ଟାକ୍ ପଞ୍ଜୀକରଣକୁ ବିରୋଧ କରିଥିଲେ। ଏହି ଅବସରରେ ସେମାନେ କାର୍ଯ୍ୟାଳୟରେ ଥିବା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିବା ସହ କାର୍ଯ୍ୟାଳୟରେ ତାଲା ପକାଇଥିବା ଜଣାପଡ଼ିଛି। ସମ୍ବଲପୁରରେ ଚାଷୀଙ୍କ ଆନ୍ଦୋଳନ, ବିଭିନ୍ନ ସମବାୟ ସମିତିରେ ତାଲା

ସମ୍ବଲପୁର ଜିଲ୍ଲାରେ ଏଗ୍ରିଷ୍ଟାକ୍ ଓ ଜମି ପଞ୍ଜୀକରଣକୁ ନେଇ ଚାଷୀଙ୍କ ଅସନ୍ତୋଷ ତୀବ୍ର ହୋଇଛି। ଏହାର ପ୍ରତିବାଦରେ ଆଜି ଚାଷୀମାନେ ଜିଲ୍ଲାର ବିଭିନ୍ନ ପ୍ୟାକ୍ସ ଓ ସେବା ସମବାୟ ସମିତିରେ ତାଲା ପକାଇଛନ୍ତି। ରେଙ୍ଗାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚାଉଁରପୁର ଅଞ୍ଚଳରେ ଥିବା ସେବା ସମବାୟ ସମିତିରେ ମଧ୍ୟ ଚାଷୀମାନେ ତାଲା ପକାଇଥିବା ଜଣାପଡ଼ିଛି।

ଆଜି ମଧ୍ୟାହ୍ନ ପ୍ରାୟ ୪ଟା ସମୟରେ ଏନେଇ ସୂଚନା ମିଳିଛି। ଜମି ପଞ୍ଜୀକରଣ ଓ ଏଗ୍ରିଷ୍ଟାକ୍ ପଞ୍ଜୀକରଣରେ ଦେଖାଦେଇଥିବା ଜଟିଳତାର ସମାଧାନ ଦାବିରେ ଚାଷୀମାନେ ଏହି ଆନ୍ଦୋଳନ କରିଛନ୍ତି।

ସରକାର ଚାଷୀଙ୍କ ଦାବି ପ୍ରତି ଗୁରୁତ୍ୱ ନଦେଲେ ଆସନ୍ତା ୧୬ ତାରିଖରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଥିବା ଜଣାପଡ଼ିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande