


ବଲାଙ୍ଗୀର,୧୩ ଅଗଷ୍ଟ (ହି.ସ.) - ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗୀର ଶାଖା ଓ କେନ୍ଦ୍ରିୟ ବିଦ୍ୟାଳୟ ବଲାଙ୍ଗୀରର ମିଳିତ ସହଯୋଗରେ ଏକ ଆଲୋଚନା ଚକ୍ର ହୋଇଥିଲା। ଶୀର୍ଷକ - ଆମେ ପରିବେଶର ସୁରକ୍ଷା କରିବା କିପରି? ଏହାଛଡ଼ା ଛାତ୍ରମାନଙ୍କର ସୃଜନୀ ଶକ୍ତିର ବିକାଶ ପାଇଁ ଏକ ବର୍ଷା ଋତୁ ଉପରେ କବିତା ପାଠୋତ୍ସବ ହୋଇଥିଲା। ଏହି କବିତା ପାଠୋତ୍ସବରେ ସୃଜନୀ ଶକ୍ତିର ବିକାଶ ହୋଇଥାଏ। ଏହି କ୍ରମରେ ଅନେକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସେମାନେ ହେଲେ ସଂଜନା ମିଶ୍ର, କ୍ଷୀରାବ୍ôଧ ତନୟା ପଣ୍ଡା, ସ୍ମୃତି ସାନ୍ଧାୟା ଗୁରୁ, ସ୍ୱାରାଜ ସାହୁ, ସ୍ୱସ୍ତିକ ଶତପଥି, ଅନିସା ମିଶ୍ର, ଡାକୁଆ, ପ୍ରତୀକ ପି ମେହେର, ତାତ୍ୱିକ ଦାଶ, ଜଗନମୟୀ ଦାଶ, ଦିବ୍ୟଜ୍ୟୋତି ମହାପାତ୍ର, ଆଦ୍ୟାସାରାଣୀ ସରାଫ, ଆରାଧ୍ୟ, ପୁନୟ ତୋୟ, ସ୍ମୃତି ବିନ୍ଦୁ ଝାଙ୍କର, କାନୁ ପ୍ରିୟା, ଅତିଭା ପଣ୍ଡା, ଅନୁଷ୍କା ପଟେଲ, ଶୁଭଶ୍ରୀ ସାମଲ, ଆରାଧ୍ୟା ସାମଲ, ଶ୍ରୀୟାସି ସାମଲ, ଶ୍ରୀୟାସି ଶତପଥି, ସମୀକ୍ଷା ପ୍ରଧାନ। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଆଗରୁ ବିଦ୍ୟାଳୟରେ ଗଛ ଲଗାଯାଇଥିଲା। ମଂଚ ପରିଚାଳକ ଭାବରେ ଡିଲେଶ୍ୱର ପାତ୍ର ଶିକ୍ଷକ ମଂଚ ପରିଚାଳନା କରିଥିଲେ। ସଭାପତିତ୍ୱ କରିଥିଲେ ଡକ୍ଟର ଭବାନୀ ଶଙ୍କର ପଟେଲ, ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ ଗଣେଷ ପଧାନ, ସମ୍ମାନିତ ଅତିଥି ଭାବରେ କ୍ଷମାନିଧି ଝାଙ୍କରଙ୍କୁ ସମ୍ମାନିତ କରାଯାଇଥିଲା। ମାନପତ୍ର ପଢ଼ିଥିଲେ ରଶ୍ମି ପାତ୍ର। ବକ୍ତା ଭାବରେ ଯଥାକ୍ରମେ ପ୍ରବୀର ମେହେର ଶିକ୍ଷକ ଜୀବ ବିଜ୍ଞାନ ଓ ନୀଳକଣ୍ଠ ମିଶ୍ର ଆସିନ ଥିଲେ। ସଂପାଦକ ରାମଚନ୍ଦ୍ର ପଟେଲ ସଭାର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ। କବିତା ସଂଯୋଜନା କରିଥିଲେ ରଶ୍ମୀ ପାତ୍ର, ରାମ ଶଙ୍କର ଶତପଥି ଓ ସରସ୍ୱତୀ ମିଶ୍ର, ବର୍ଷା କବିତା ପଠନ କରିଥିଲେ ବଳିଷ୍ଠ ପ୍ରଧା, ରାମ ଶଙ୍କର ଶତପଥି, ସରସ୍ୱତୀ ମିଶ୍ର, ରଶ୍ମି ପାତ୍ର, ଅନୁପ୍ରିୟା ମିଶ୍ର।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ