
କେନ୍ଦ୍ରାପଡ଼ା, ୧୩ ଅଗଷ୍ଟ(ହି.ସ.) – ଗତ କ୍ରାନ୍ତି ଦିବସରେ ଦୈନିକ ଖବର କାଗଜ ଅପରାହ୍ନ' କଟକ ଜିଲ୍ଲା ତରଫରୁ କଟକସ୍ଥିତ ଗାନ୍ଧୀଭବନ ପରିସରରେ କର୍କଟ ରୋଗ ସଚେତନତା କବିତା ଆସର, ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ଓ ସାହିତ୍ୟ ସାଧନା, ସମାଜସେବା, ପ୍ରକୃତିସେବା କ୍ଷେତ୍ରରେ ସୃଜନଶ୍ରୀ ନୃସିଂହ ଚରଣ ତ୍ରିପାଠୀଙ୍କୁ ଅପରାହ୍ନ ସେବା ସମ୍ମାନ -୨୦୨୬ ପ୍ରଦାନ କରାଯାଇଛି। ଉକ୍ତ ଉତ୍ସବରେ ସଭାପତିତ୍ୱ କରିଥିଲେ ଅପରାହ୍ନ କଟକ ଜିଲ୍ଲା ସଂଯୋଜକ କବି ରମେଶ ଚନ୍ଦ୍ର ନାୟକ, ମୁଖ୍ୟଅତିଥି କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଆଦିତ୍ୟ ମିଶ୍ର, ମୁଖ୍ୟବକ୍ତା ପ୍ରଫେସର ଡ଼ଃ ଦୀନବନ୍ଧୁ ବେହେରା, ବରେଣ୍ୟ ଅତିଥି ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ସମ୍ମାନୀୟ ଅତିଥି ଶ୍ରୀଲିପ୍ତା ପ୍ରିଂଟ ମିଡ଼ିଆ ବାଲେଶ୍ୱରର ଶ୍ରୀମତୀ ଲଷ୍ମୀପ୍ରିୟା ଦାସ, ଶ୍ରୀ ତ୍ରିପାଠୀଙ୍କୁ ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି