ଭୁବନ ଏନ୍ ଏ ସି ରେ ରାସ୍ତା ପାଲଟିଛି ଗାଡ଼ିଆ
ଭୁବନ, ୧୩ ଅଗଷ୍ଟ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ସବୁଠାରୁ ଶିକ୍ଷିତ ସଚେତନ ୱାର୍ଡ ଭାବେ ପରିଚିତ ୧ ନମ୍ବର ୱାର୍ଡରେ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷାରେ ଗାଡ଼ିଆ ପାଲଟୁଛି ଏହି ରାସ୍ତା । ରାସ୍ତାରେ ଖାଲଖମା ଯୋଗୁ ପଥଚାରୀ ଓ ବାଇକ୍ ଆର
ରାସ୍ତାରେ ଗାଡ଼ିଆ


ରାସ୍ତା


ଭୁବନ, ୧୩ ଅଗଷ୍ଟ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ସବୁଠାରୁ ଶିକ୍ଷିତ ସଚେତନ ୱାର୍ଡ ଭାବେ ପରିଚିତ ୧ ନମ୍ବର ୱାର୍ଡରେ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷାରେ ଗାଡ଼ିଆ ପାଲଟୁଛି ଏହି ରାସ୍ତା । ରାସ୍ତାରେ ଖାଲଖମା ଯୋଗୁ ପଥଚାରୀ ଓ ବାଇକ୍ ଆରୋହୀ ମାନେ ହିନସ୍ତା ହେଉଛନ୍ତି। ବେଳେବେଳେ ବାଇକ୍ ଆରୋହୀ ମାନେ ପାଣିରେ ପଡ଼ି ଯାଉଛନ୍ତି । ଡ୍ରେନେଜ୍ ସିଷ୍ଟମ ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ରାସ୍ତାରେ ଡ୍ରେନ୍ ପାଣି ଚାଲୁଛି । ପୂତି ଗନ୍ଧମୟ ପରିବେଶରେ ନାକ ଫାଟି ଯାଉଛି । ଦୂରଦୃଷ୍ଟି ଅଭାବରୁ ପୂର୍ବତନ ନଗରପାଳଙ୍କ ସମୟରେ କେବଳ ପି ସି ଖାଇବା ଓ ଲୁଟି ଖାଇବା ପାଇଁ ରାସ୍ତା ମଝିରେ ଡ୍ରେନ୍ ଖୋଳା ଯାଇଥିଲା। ପାଣି କେଉଁଠୁ ଆସିବ ଆଉ କେଉଁଆଡେ ଯିବ ? ସେଥିପ୍ରତି ଆଦୌ ଗୁରୁତ୍ୱ ଦିଆଯାଇ ନଥିଲା। ରାସ୍ତା ମଝିରେ ଡ୍ରେନ୍ କରିବା ଦ୍ୱାରା ସବୁଠାରୁ ଚଉଡ଼ା ରାସ୍ତା ଭାବେ ପରିଚିତ ଥିବା ଏହି ୱାର୍ଡର ରାସ୍ତା ସଙ୍କୁଚିତ ହୋଇଗଲା । ପୂର୍ବରୁ ସିମେଣ୍ଟ କଂକ୍ରିଟ (ସି ସି ରୋଡ) ରାସ୍ତା ଥିଲାବେଳେ ସେହି ରାସ୍ତାକୁ ଖୋଳି ତାଡି ପେଭର ରାସ୍ତା କରାଗଲା । ତେବେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପେଭର ରାସ୍ତା ହୋଇଥିଲେ ଅସୁବିଧା ହୋଇ ନଥାନ୍ତା । ମଝିରେ ଖଣ୍ଡେ ଖଣ୍ଡେ ପେଭର ରାସ୍ତା ହେବାରୁ କଂକ୍ରିଟ ରାସ୍ତା ନିଚା ହେବା ସହ ଖାଲଖମାରେ ପରିଣତ ହୋଇଗଲା । ଏହି ୱାର୍ଡର ଗୋଡ଼ି ପୋଖରୀ ଛକ ୟୁକୋ ବ୍ୟାଙ୍କ ସମ୍ମୁଖରୁ ସିନେମା ହଲ୍ ଛକ, ଛତା ମଠ ଠାରୁ ବଉଳ ଛକ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ୟୁକୋ ବ୍ୟାଙ୍କକୁ ଦୈନିକ ଶତାଧିକ ଗ୍ରାହକ ଆସୁଥିବା ବେଳେ ପାଣି କାଦୁଅରେ ପଶି ବ୍ୟାଙ୍କକୁ ଯିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟ ଏକ ମୁଖ୍ୟ ପ୍ରସଙ୍ଗ ହେଉଛି ଭୁବନର ପ୍ରସିଦ୍ଧ ଗଣେଶ ପୂଜା ଭସାଣୀ ଶୋଭାଯାତ୍ରା ଏହି ରାସ୍ତାରେ ହିଁ ଅନୁଷ୍ଠିତ ହୁଏ । ତେଣୁ ଆସନ୍ତା ଗଣେଶ ପୂଜା ପୂର୍ବରୁ ଏହି ରାସ୍ତାକୁ ଯୁଦ୍ଧକାଳୀନ ଭିତ୍ତିରେ ତୁରନ୍ତ ନିର୍ମାଣ କରାଯିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ଦୃଢ଼ ଦାବି ହୋଇଛି ।

ଏ ସମ୍ପର୍କରେ ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କୁ ଯୋଗାଯୋଗ କରିବାରୁ ଏହି ରାସ୍ତା କାମ ପାଇଁ ଟେଣ୍ଡର ହୋଇଛି, ଜାଗା ସମସ୍ୟା ପାଇଁ କାମ ଅଟକି ରହିଛି । ଗଣେଶ ପୂଜା ପୂର୍ବରୁ ନିଶ୍ଚିତ ଭାବେ ରାସ୍ତା ନିର୍ମାଣ କରାଯିବ ବୋଲି କହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande