
ଜୟପୁର, ୧୩ ଅଗଷ୍ଟ (ହି.ସ.)- ଜୟପୁର ପି.ଏମ.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଜୟପୁରଠାରେ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛିl ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀଚନ୍ଦନ କୁମାର ନାୟକ, ଚାରୋଟି କ୍ରୀଡା ଜୋନ ର ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଭାତୀ ପାଣିଗ୍ରାହୀ, ଦିଲୀପ କୁମାର ପଣ୍ଡା, ଶ୍ରୀମତୀ ଜୟଶ୍ରୀ ସାହୁ, ବରିଷ୍ଠ ଶିକ୍ଷକ ପ୍ରସନ୍ନ ପାଣିଗ୍ରାହୀ, ଶୁଭେନ୍ଦୁ କୁମାର ପ୍ରଧାନ ଏବଂ ବିଭିନ୍ନ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ/ଶିକ୍ଷୟତ୍ରୀ ବ୍ଲକର କ୍ରୀଡା ସମ୍ପାଦକ ଗଗନବିହାରୀ ଦାସ ଉପସ୍ଥିତ ଥିଲେ l ଉକ୍ତ ବୈଠକକୁ ବ୍ଲକ ବିଦ୍ୟାଳୟ କ୍ରୀଡା ସମ୍ପାଦକ ଗଗନବିହାରୀ ଦାସ ପରିଚାଳନା କରିଥିଲେl ଚଳିତ ବର୍ଷ ଜୋନାଲ ସ୍ତରୀୟ ତା25.08.2026ରିଖ ଦିନ ହେବା ପାଇଁ ସ୍ଥିର ହେଲା ଏବଂ ବ୍ଲକ ସ୍ତରୀୟ ସେପ୍ଟମ୍ବର ମାସ ତା. 01.09.2026 ଏବଂ 02.9.2026ରିଖରେ ଅନୁଷ୍ଠିତ ହେବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା I
ହିନ୍ଦୁସ୍ଥାନ ସମାଚାର / ପିକେପି